• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ କ୍ରାଇମବ୍ରାଞ୍ଚ ଉଠାଇନେବା ପ୍ରସଙ୍ଗକୁ ନେଇ ବିଭିନ୍ନ ସ୍ତରରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ସମସ୍ତେ ଘଟଣାର ନିନ୍ଦା କରିବା ସହ ଏପରି ଉଦ୍ଦେଶ୍ୟ ପ୍ରଣୋଦିତ ପଦକ୍ଷେପକୁ ସମାଲୋଚନା କରିଛନ୍ତି। ଏହି ଘଟଣାକୁ କଂଗ୍ରେସ ମଧ୍ୟ ତୀବ୍ର ନିନ୍ଦା କରିଛି । ସରକାର ମନ୍ଦ ଉଦ୍ଦେଶ୍ୟ ରଖି ଗଣମାଧ୍ୟମର କଣ୍ଠରୋଧ ଲାଗି ପ୍ରଚେଷ୍ଟା ଚଳାଇଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମାଝି କହିଛନ୍ତି, ଏହା ମିଡ଼ିଆ ଉପରେ ଲଗାତାର ଆକ୍ରମଣ। ଏହା ପ୍ରଥମ ଘଟଣା ନୁହେଁ। ୭/୮ଟି ଘଟଣା ଏପରି କରାଗଲାଣି। ପ୍ରଥମେ ଅରଟେଲ ଅଫିସ ଉପରେ ପ୍ରଥମେ ଆକ୍ରମଣ କରାଗଲା। ପରେ ଓଟିଭି ଅଫିସ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି । ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ଜେରା କରାଯାଉଛି। ହଇରାଣ କରାଯାଉଛି।

ଗଣତନ୍ତ୍ରରେ ମିଡିଆ ଉପରେ ଏପରି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିବା ଅତ୍ୟନ୍ତ ଦୁଃଖଦ ଘଟଣା। ଓଡ଼ିଶାର ସବୁଠାରୁ ପପୁଲାର ଟିଭି ଓଟିଭିକୁ ବାରମ୍ବାର ଏପରି ଆକ୍ରମଣକୁ ଆମେ ନାପସନ୍ଦ କରୁଛୁ। କଂଗ୍ରେସ ଏହାକୁ ତୀବ୍ର ନିନ୍ଦା କରୁଛି। ତେବେ ଏପରି ସ୍ଥିତିରେ  ଓଟିଭି ସପକ୍ଷରେ ଜନସାଧାରଣ ଅଛନ୍ତି ବୋଲି କହିଛନ୍ତି ପ୍ରଦୀପ ମାଝି ।

ସୂଚନାଥାଉ କି, ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଉଠାଇ ନେଲା କ୍ରାଇମ୍‌ବ୍ରାଞ୍ଚ। ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ତାଙ୍କୁ କ୍ରାଇମ୍‌ବ୍ରାଞ୍ଚ ଉଠାଇ ନେଇଥିବା ଜଣାଯାଇଛି।

ତେବେ କୌଣସି ନୋଟିସ୍ ନ ଦେଇ ତାଙ୍କୁ ଉଠାଇ ନେଇଥିବାରୁ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ପରିବାର ଲୋକେ ଚିନ୍ତାରେ ଅଛନ୍ତି।   ବହୁ ସମୟ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ମଧ୍ୟ ସୂଚନା ଦିଆଯାଇ ନାହିଁ। ଏହା ଆଗରୁ ମଧ୍ୟ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଓଟିଭି ଅଫିସ୍‌ରେ ପଚରାଉଚରା କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନାକୁ ଡାକି ମଧ୍ୟ ପଚରା ଉଚରା କରାଯାଇଥିଲା।

Otv-cfo-manoranjan-sarangi-picked-up-by-crime-branch-congress-leader-pradip-majhi-criticizes-govt-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories