୨୪ ବର୍ଷ ପୂର୍ବେ ଆଜିର ଦିନରେ ଲଞ୍ଚ୍‌ ହୋଇଥିଲା ଓଟିଭି

ଭୁବନେଶ୍ୱର: ଠିକ୍ ୨୪ ବର୍ଷ ପୂର୍ବେ ଆଜିର ଦିନ ଅର୍ଥାତ୍ ୧୯୯୭ ଏପ୍ରିଲ ୧୮ରେ ଲଞ୍ଚ୍ ହୋଇଥିଲା ଓଟିଭି। ସେଦିନ ପୁରୀ ସ୍ୱର୍ଗଦ୍ୱାରରୁ ବିଜୁ ବାବୁଙ୍କ ଅନ୍ତେଷ୍ଟି କ୍ରିୟାର ସିଧା ପ୍ରସାରଣ ସହ ଓଟିଭି ଆରମ୍ଭ କରିଥିଲା ଖବର ପ୍ରସାରଣ ଅଭିଯାନ। ସେବେଠୁ ଆଜି ଯାଏ ଦୀର୍ଘ ୨୪ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ଓଟିଭି ଖବର ରିବେଷଣ କରି ଆସୁଛି।

ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ ଖବର ରିବେଷଣ କରୁଥିବା ଓଟିଭି ଆଜି ଯାଏ ତା’ ଲକ୍ଷ୍ୟ ପଥରୁ କେବେ ବି ବିଚ୍ୟୁତି ହୋଇନି। ଦୁଇ ଦଶନ୍ଧିରୁ ଅଧିକ ଦିନର ଯାତ୍ରାରେ ରାଜ୍ୟବାସୀଙ୍କ ସୁଖଦୁଃଖ ଓ ଭଲମନ୍ଦରେ ବି ସାମିଲ ହୋଇ ପାରିଛି ଓଟିଭି। ମହାବାତ୍ୟାରୁ ପ୍ରଳୟଙ୍କାରୀ ବନ୍ୟା ଅବା କରୋନା ମହାମାରୀ, ପ୍ରତି ମୁହୂର୍ତ୍ତରେ ଦର୍ଶକଙ୍କ ସହ ଛିଡ଼ା ହୋଇଛି ଓଟିଭି।

ସମସ୍ୟାର ମୂଳ ପର୍ଯ୍ୟନ୍ତ ଯାଇ ଖବର ସଂଗ୍ରହ ସହ ରାଜ୍ୟର ନମ୍ବର ୧ ନ୍ୟୁଜ୍‌ ଚ୍ୟାନେଲ୍ ଭାବେ ପରିଚୟ ବଜାୟ ରଖିବା ସହ ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସଭାଜନ ହୋଇ ପାରିଛି। ଏହି ଲମ୍ବା ଯାତ୍ରା ଭିତରେ ବହୁ ବାଧାବିଘ୍ନର ସାମ୍ନା କରିଥିଲେ ବି ଦର୍ଶକଙ୍କ ଭଲ ପାଇବା, ସମର୍ଥନ ହିଁ ଓଟିଭିକୁ ଅଧିକ ସଶକ୍ତ କରିପାରିଛି।

You might also like