• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: କୋଭିଡ୍ ଦୁର୍ନୀତି ସମ୍ପର୍କିତ ଖବର ଦେଖାଉଥିବାରୁ ଓଟିଭିକୁ ଟାର୍ଗେଟ୍ କରୁଛନ୍ତି ନବୀନ ସରକାର। ଆଜି ଏକ ପ୍ରେସ୍ ରିଲିଜ୍ ଜରିଆରେ ଏହା କହିଛନ୍ତି ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା।

ପ୍ରେସ୍ ରିଲିଜ୍‌ରେ ସେ ଦର୍ଶାଇଛନ୍ତି ଯେ, ନବୀନ ସରକାରଙ୍କ ସହ ଅନୁବନ୍ଧିତ କିଛି ଓଡ଼ିଆ ଟିଭି ଚ୍ୟାନେଲ୍ ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଦଳିତ ନିର୍ଯାତନା ଅଭିଯୋଗ ନେଇ ଏତଲା ଦିଆଯାଇଥିବା ଖବର ପ୍ରସାରଣ କରୁଛନ୍ତି। ତେବେ ସେଥିରେ ଯେଉଁ ଅଭିଯୋଗ ଅଣାଯାଇଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଏହାକୁ ସେ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।

ଗତ ଦୁଇମାସ ହେଲା ଓଟିଭି ଓଡ଼ିଶାରେ କୋଭିଡ୍ ଦୁର୍ନୀତି ସମ୍ପର୍କିତ ଖବର ପ୍ରସାରଣ କରି ଆସୁଥିବାରୁ ବିଭିନ୍ନ ସରକାରୀ ସଂସ୍ଥା ଓଟିଭି, ଏହାର କର୍ମଚାରୀ, ମୋତେ ଏବଂ ମୋ ପରିବାର ସଦସ୍ୟଙ୍କୁ ଟାର୍ଗେଟ୍ କରୁଥିବା ଓଟିଭି ଏମ୍‌ଡି ଦର୍ଶାଇଛନ୍ତି ।

ମିଥ୍ୟା ଅଭିଯୋଗ ଆଧାରରେ ନବୀନ ସରକାର ଷଡ଼ଯନ୍ତ୍ର କରି ଯେଭଳି ହଇରାଣ ହରକତ କରୁଛନ୍ତି ତାକୁ ସମସ୍ତେ ଦେଖୁଛନ୍ତି। ଭବିଷ୍ୟତରେ ମଧ୍ୟ ଆମେ ଏଭଳି ଆହୁରି କିଛି ମିଛ କେସ୍‌ର ସମ୍ମୁଖୀନ ହେବୁ ବୋଲି ଆଶା କରୁଛୁ ବୋଲି ଜଗି  ଉଲ୍ଲେଖ କରିଛନ୍ତି।

ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ପୂର୍ବରୁ ଆମେ ଏଭଳି ଦୁଇଟି ମାମଲାରେ ହାଇକୋର୍ଟଙ୍କଠାରୁ ଅନ୍ତରୀଣ ସୁରକ୍ଷା ପାଇଛୁ। ଏସବୁ ପ୍ରସଙ୍ଗରେ ନିରପେକ୍ଷ ଓ ନିର୍ଭରଯୋଗ୍ୟ ଏଜେନ୍ସି ଦ୍ୱାରା ମୁକ୍ତ ତଥା ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ।

ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ଆମର ସମ୍ପୂର୍ଣ୍ଣ ଭରସା ଅଛି ଏବଂ ଆମକୁ ନ୍ୟାୟ ମିଳିବ ବୋଲି ସେ ଆଶା ପୋଷଣ କରିଛନ୍ତି। କୋଭିଡ୍ ଦୁର୍ନୀତିର ପର୍ଦ୍ଦାଫାସ୍‌ରୁ ଆମକୁ ଦୂରେଇ ରଖିବା ଲାଗି କିଭଳି ଷଡଯନ୍ତ୍ର ରଚାଯାଉଛି, ତାହାକୁ ଜନସାଧାରଣ ଜାଣି ରଖନ୍ତୁ ବୋଲି ଓଟିଭିର ଏମ୍‌ଡି କହିଛନ୍ତି।

ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନାରେ ଓଟିଭି ସଂସ୍ଥା ବିରୋଧରେ ଏକ ଏତଲା ଦାୟର ହୋଇଥିଲା। ଓଟିଭି ସଂସ୍ଥାର ପାଚେରୀ ଯୋଗୁ ସେମାନଙ୍କ ଚାଷ କାର୍ଯ୍ୟ କିଭଳି ପ୍ରଭାବିତ ହେଉଛି ଓ ସଂସ୍ଥା ଦ୍ୱାରା ସେମାନଙ୍କୁ ଧମକ ଦିଆଯାଉଥିବା ନେଇ ସାରୁଅ ଗାଁର ଦୁଇଜଣ ବ୍ୟକ୍ତି ଅଭିଯୋଗ କରିଥିଲେ। ଅନ୍ୟପକ୍ଷେ, ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ କହିଛନ୍ତି, ଏହି ମାମଲାର ତଦନ୍ତ ଦାୟିତ୍ୱ ସଦର ଏସ୍‌ଡିପିଓଙ୍କ ଦିଆଯାଇଛି ଏବଂ ସମସ୍ତ ଅଭିଯୋଗ ତଦନ୍ତ କରାଯାଉଛି।

Otv-being-targeted-by-odisha-govt-for-exposing-covid-corruptions-says-otv-md
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories