୪୨୬୭ଟି DL ୩ ମାସ ପାଇଁ ବାତିଲ୍; ଜାଣନ୍ତୁ କିଛି ଟପ୍ ଖବର

 ଖବର ସଂକ୍ଷେପରେ

 

  • ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୫୫% ଅଧିକ ରପ୍ତାନୀ ହୋଇଛି: ମୁଖ୍ୟମନ୍ତ୍ରୀ
  • ଜାନୁଆରୀ ୧ରୁ ୨୧ ମଧ୍ୟରେ ୪୨୬୭ଟି DL ୩ ମାସ ବାତିଲ
  • ଜେଲ୍‌ ଗଲେ ରୋଜ୍‌ଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁ
  • କାଲି ସୁଭାଷଙ୍କ ଜନ୍ମଦିନ; ସଂଗ୍ରହାଳୟରେ ନୂଆ କିଛି ଫଟୋ ଦେଖିବାକୁ ପାଇବେ ଲୋକେ
  • ସିସିଟିଭିରେ କଏଦ ହେଲା ଲାଇଭ୍ ଲୁଟ୍‌ର ଦୃଶ୍ୟ

Odisha CM Naveen Patnaik files nomination from Hinjili

ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୫୫% ଅଧିକ ରପ୍ତାନୀ ହୋଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ସତ୍ତ୍ୱେ ଚଳିତ ବର୍ଷ ଓଡ଼ିଶାରୁ ୫୫% ଅଧିକ ରପ୍ତାନୀ ହୋଇଛି। ରାଜ୍ୟ ରପ୍ତାନୀ ପୁରସ୍କାର ସମାରୋହରେ ଯୋଗ ଦେଇ ଏପରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତ ଆର୍ଥିକ ବର୍ଷରେ ଗତବର୍ଷ ଅପେକ୍ଷା ୫୫% ଅଧିକ ରପ୍ତାନୀ ହୋଇଛି। ରପ୍ତାନୀ ଅଭିବୃଦ୍ଧି ପାଇଁ ପ୍ରତି ଜିଲ୍ଲାରେ ରପ୍ତାନୀ ଅଭିବୃଦ୍ଧି କମିଟି ଗଠନ କରାଯାଇଛି। ୟୁରୋପ, ଆମେରିକାରେ ଆମ SHG ପ୍ରସ୍ତୁତ ଦ୍ରବ୍ୟ ବିକ୍ରି ଆଉ ଦୂର ନୁହେଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Learner's & Driving Licence System To Get Stringent In Odisha; Touch Screen Computers By March 2021

ଜାନୁଆରୀ ୧ରୁ ୨୧ ମଧ୍ୟରେ ୪୨୬୭ଟି DL ୩ ମାସ ବାତିଲ

ଭୁବନେଶ୍ୱର: ଜାନୁଆରୀ ୧ରୁ ୨୧ ମଧ୍ୟରେ ରାଜ୍ୟରେ ୪୨୬୭ଟି DL ୩ ମାସ ପାଇଁ ବାତିଲ କରାଯାଇଛି। ମଦ ପିଇ ଗାଡ଼ି ଚାଳନା, ଦ୍ରୁତଗତି, ସିଗନାଲ ଭାଙ୍ଗିବା ଆଦି ଅଭିଯୋଗରେ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିଛି ରାଜ୍ୟ ପରିବହନ ବିଭାଗ। ଏନେଇ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଓଭରଲୋଡ, ଗାଡ଼ି ଚାଳନା, ଡ୍ରାଇଭିଂ ବେଳେ ମୋବାଇଲ ବ୍ୟବହାର, ଅଧତ୍କ ଯାତ୍ରୀ ପରିବହନ ଏବଂ ହେଲମେଟ୍ ନପିନ୍ଧିବା ଅଭିଯୋଗରେ ଲାଇସେନ୍ସ ବାତିର କରିଛି ପରିବହନ ବିଭାଗ।

ଜେଲ୍‌ ଗଲେ ରୋଜ୍‌ଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁ

ଭୁବନେଶ୍ୱର: ଜେଲ ଗଲେ ରୋଜ୍‌ଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁ। ୫ଦିନର ସିବିଆଇ ରିମାଣ୍ଡ ପରେ ଶୁଭ୍ରାଙ୍କୁ ଆଜି ଭୁବନେଶ୍ୱର ଆଣାଯାଇ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ପରେ ଚିଟଫଣ୍ଡ ଠକେଇ ମାମଲାରେ ଚାଙ୍କୁ ଜେଲ୍ ଯିବାକୁ ପଡ଼ିଛି। ଗତ ୫ଦିନ ଭିତରେ ସିବିଆଇ ଶୁଭ୍ରାଙ୍କଠୁ ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ସଂପର୍କିତ ବହୁ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି। ରୋଜଭ୍ୟାଲି ଗୃପ୍ର କେଉଁ ସବୁ କମ୍ପାନୀର ସେ ନିର୍ଦେଶକ ଥିଲେ ? ଚିଟ୍‌ଫଣ୍ଡ ଟଙ୍କା ବାଟ ବାଟମାରଣାରେ କେମିତି ସଂପୃକ୍ତି ଥିଲେ ଆଦି ୧୨ ହଜାର କୋଟିରୁ ଅଧିକ ଟଙ୍କାର ଠକେଇର ତଦନ୍ତ ଜାରି ରହିଥିବାବେଳେ ସିବିଆଇ ଆଉ ଇଡି ପାଇଁ ଶୁଭ୍ରା ଓ୍ୱାଣ୍ଟେଡ ଥିଲେ। ଆଗକୁ ଶୁଭ୍ରାଙ୍କ ଲିଙ୍କରେ ସିବିଆଇ କବଜାରେ କିଏ ଆସୁଛି ତାକୁ ନେଇ ଚର୍ଚା ଜୋର ଧରିଛି। ପୂର୍ବରୁ ଗିରଫ ହୋଇ ରୋଜଭ୍ୟାଲି ଚିଟ୍‌ଫଣ୍ଡ ମୁଖ୍ୟ ଗୌତମ କୁଣ୍ଡୁ ଜେଲରେ ଅଛନ୍ତି।

କାଲି ସୁଭାଷଙ୍କ ଜନ୍ମଦିନ; ସଂଗ୍ରହାଳୟରେ ନୂଆ କିଛି ଫଟୋ ଦେଖିବାକୁ ପାଇବେ ଲୋକେ 

କଟକ: ଆସନ୍ତାକାଲି ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ। ଏଥିପାଇଁ କଟକ ଓଡ଼ିଆ ବଜାରଠାରେ ଥିବା ତାଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସଂଗ୍ରହାଳୟରେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ତେବେ ଏଥର ଏହି ସଂଗ୍ରହାଳୟରେ ନୂଆ ଭାବେ ନେତାଜୀଙ୍କ ଝିଅ ଅନିତା ବୋଷଙ୍କ ୬ଟି ବିରଳ ଫଟୋକୁ ଦେଖିବାକୁ ପାଇବେ ଦର୍ଶକ। ସଂଗ୍ରହାଳୟକୁ  ନୂଆ ଫଟୋ ଦାନ କରିଛନ୍ତି କଟକ ଶେଖବଜାରର ଗୋପାଳଚନ୍ଦ୍ର ସୁର। ଅନିତା ବୋଷ ୧୯୬୧ ଜାନୁଆରୀ ୧୨ରେ ଶେଖବଜାରର ସୁର ପରିବାରକୁ ଭେଟିଥିଲେ। ତେବେ ସେହି ସମୟର କେତେକ ବିଶେଷ ମୂହୁର୍ତ୍ତକୁ ଏହି ପରିବାର ଫଟୋ ଆକାରରେ ସଜାଡ଼ି ରଖିଥିଲା। ଏପଟେ ୧୨୫ତମ ଜୟନ୍ତୀ ପାଇଁ ଓଡ଼ିଶା ଏବଂ ମହାରାଷ୍ଟ୍ରର କଳାକାର ନେତାଜୀଙ୍କ ଜୀବନୀ ଉପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର ଯୋଜନା ରହିଛି।

ସିସିଟିଭିରେ କଏଦ ହେଲା ଲାଇଭ୍ ଲୁଟ୍‌ର ଦୃଶ୍ୟ

ଭୁବନେଶ୍ୱର: ପଲାସପଲ୍ଲୀର ଭିଆଇପି କଲୋନୀରୁ ଲାଇଭ ଲୁଟର୍ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ରାତି ପ୍ରାୟ ୨ଟା ୪୦ରେ ଏକ ଘରୋଇ ସଂସ୍ଥାର ଅଫିସ ଭିତରେ ଚୋରମାନେ କିଭଳି ପଶି ଲୁଟ୍ କରିନେଉଛନ୍ତି ସମସ୍ତ ଚିତ୍ର କଏଦ ହୋଇଛି। ସଶସ୍ତ୍ର ଦୁର୍ବୃତ୍ତ ଶ୍ରୀରାମ ଟ୍ରେଡର୍ସ ନାମକ ଏକ ସଂସ୍ଥା କାର୍ଯ୍ୟାଳୟରୁ ଦେଢ଼ ଲକ୍ଷ ଟଙ୍କା ସହ ଚେକ୍ ବୁକ୍ ଓ ଅନ୍ୟ କିଛି ସାମଗ୍ରୀ ଚୋରି କରି ନେଇଛନ୍ତି। ଦୁର୍ବୃତ୍ତମାନଙ୍କ ମୁହଁରେ ରୁମାଲ ଥିବା ଦେଖିବାକୁ ମିଳିଛି। ଅଭିଯୋଗ ପରେ ଏୟାରଫିଲ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ତେବେ ଭିଆଇପି ଏରିଆ ସହ ଥାନାଠାରୁ ମାତ୍ର କିଛି ଦୂରରୁ ଲୁଟ୍ ହୋଇଥିବାରୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ଉଠାଇଛନ୍ତି ସ୍ଥାନୀୟ ଲୋକେ।

You might also like