OTET ପ୍ରଶ୍ନପତ୍ର ଲିକ୍ ମାମଲା ; ଏଯାଏ ଏତଲା ଦେଇନି ବୋର୍ଡ

ଭୁବନେଶ୍ୱର : OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଏଯାଏ ଏତଲା ଦେଇ ନାହିଁ ବୋର୍ଡ। ଏତଲା ଦିଆଯାଇ ନଥିବାରୁ କେମିତି ଏହାର ତଦନ୍ତ ହେବ, ତାକୁ ନେଇ ଉଠିଛି ପ୍ରଶ୍ନ।

ପ୍ରଶ୍ନପତ୍ର ଲିକ୍ ହେବା ପରେ ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ, ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। କିନ୍ତୁ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ବୋର୍ଡ କେବଳ ଚିଠି ପଠାଇଛି। ସେହି ଚିଠି ଆମେ ପାଇଛୁ।  ବିଧିବଦ୍ଧ ଏତଲା ପାଇଁ ବୋର୍ଡକୁ ପରାମର୍ଶ ଦିଆଯାଇଛି।

ଏତଲା ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସନ୍ତୋଷ ଉପାଧ୍ୟାୟ।

 

You might also like