ରାଜ୍ୟର ୨୨ ସହରକୁ ଗଡ଼ିବ ସରକାରୀ ବସ୍

ଭୁବନେଶ୍ୱର: ସୋମବାରଠୁ ଆରମ୍ଭ ହେବ OSRTC ବସ୍ ସେବା। ପ୍ରାଥମିକ ପର୍ଯ୍ୟାୟରେ ୬୬ଟି ରୁଟ୍‌ରେ ବସ୍ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ରାଜଧାନୀରୁ ୨୨ଟି ସହରକୁ ୯୬ଟି ବସ୍ ଗଡ଼ିବ ଏବଂ ପର୍ଯ୍ୟାୟ କ୍ରମେ ଅଧିକରୁ ଅଧିକ ରୁଟ୍‌ରେ ବସ୍ ସେବା ଆରମ୍ଭ ହେବ। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ CMD ଅରୁଣ ବୋଥ୍ରା ଏନେଇ ସୂଚନା ଦେଇଛନ୍ତି।

ବସରେ ଯେତିକି ସିଟ୍ ସେତିକି ଯାତ୍ରୀ ହିଁ ଯାଇପାରିବେ। କୌଣସି ଯାତ୍ରୀ ଠିଆ ହୋଇ ବସ୍‌ରେ ଯାଇପାରିବେ ନାହିଁ। ଜନସାଧାରଣ ଓ ବସ୍ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ସେହିପରି କରୋନା ସଂକ୍ରମଣ ରୋକିବା ପାଇଁ ବସ୍‌ଗୁଡିକୁ ବିଶୋଧନ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ଅତି ଜରୁରୀ ନଥିଲେ ବସ୍‌ରେ ଯାତ୍ରା ନକରିବାକୁ ଏବଂ ବସ୍‌ରେ ଚଢ଼ିବା ବେଳେ ସାମାଜିକ ଦୂରତା ବଜାୟ ରଖିବାକୁ ଜନସାଧାରଣଙ୍କୁ କୁହାଯାଇଛି।

ପ୍ରକାଶଥାଉକି, ଶନି ଓ ରବିବାର ମୋ ବସ୍ ସେବା ବନ୍ଦ ରହିଛି। ଦୁଇଦିନିଆ ସଟଡାଉନ୍ କାରଣରୁ ବନ୍ଦ ରହିଛି ମୋ ବସ୍ ସେବା। ପୂରା ଜୁନ୍ ମାସ ସାରା ପ୍ରତି ଶନି ଓ ରବିବାର ଏହା ବନ୍ଦ ରହିବ ବୋଲି କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like