ଅାତ୍ମସମର୍ପଣ କଲେ ମହିମା ମିଶ୍ର

ଜଗତସିଂହପୁର : ଜଗତସିଂହପୁର କୁଜଙ୍ଗ JMFC କୋର୍ଟରେ ଅାତ୍ମସମର୍ପଣ କଲେ ମହିମା ମିଶ୍ର। ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ତାଙ୍କର ଜାମିନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ। ଏହା ପରେ ସେ କୁଜଙ୍ଗ କୋର୍ଟରେ ହାଜର ହୋଇ ଅାତ୍ମସମର୍ପଣ କରିଛନ୍ତି।

ଷ୍ଟିଭେଡର ବିବାଦକୁ ନେଇ ପାରାଦୀପରେ ମହେନ୍ଦ୍ର ସ୍ୱାଇଁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ଅଭିଯୁକ୍ତ ଥିଲେ ଶିଳ୍ପପତି ମହିମା ମିଶ୍ର। ବହୁ ଦିନ ଧରି ଫେରାର ରହିବା ପରେ ତାଙ୍କୁ ବ୍ୟାଙ୍କକରୁ ଗିରଫ କରିଥିଲା ପୁଲିସ। ପରେ ତାଙ୍କୁ ଜାମିନ ମିଳିଥିଲା।

କିନ୍ତୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସୁପ୍ରିମକୋର୍ଟ ସେହି ଜାମିନକୁ ଖାରଜ କରିଦେବା ପରେ କୁଜଙ୍ଗ ଜେଏମ୍ଏଫ୍‌ସି  କୋର୍ଟରେ ଅାତ୍ମସମର୍ପଣ କରିଛନ୍ତି ମହିମା ମିଶ୍ର।

You might also like