ସାବଧାନ ! ମୋବାଇଲରେ କରୋନା ସଂକ୍ରମଣ ହେବାର ଆଶଙ୍କା

ଭୁବନେଶ୍ୱର: ମୋବାଇଲ ପ୍ରତି ସାବଧାନ। ମୋବାଇଲ ବ୍ୟବହାର ସମୟରେ କରୋନା ସଂକ୍ରମଣ ହେବାର ସମ୍ଭାବନା ଥିବାରୁ ସତର୍କ କଲେ ରାଜ୍ୟ ସରକାର।  କରୋନା ପାଇଁ ରାଜ୍ୟ ସରକାର ଗଠନ କରିଥିବା କମିଟି ପକ୍ଷରୁ ପ୍ରେସ୍‌ମିଟ୍‌ରେ ଏନେଇ ସୂଚନା ଦିଆଯାଇଛି।

ଜଣେ ଲୋକ ଦିନରେ ହାରାହାରି ୨୬୦୦ ଥର ନିଜ ମୋବାଇଲ ଛୁଇଁଥାଏ। ଏଥିରେ ସଂକ୍ରମଣ ସମ୍ଭାବନା ଥିବାରୁ ନିଜ ମୋବାଇଲକୁ ଦୈନିକ ୪ରୁ ୬ ଥର ସାନିଟାଇଜରରେ ପୋଛନ୍ତୁ ବୋଲି କୁହାଯାଇଛି। ସେହିପରି ମୋବାଇଲକୁ କାହା ଟେବୁଲ ଉପରେ ନରଖି ବ୍ୟାଗରେ ରଖନ୍ତୁ ବୋଲି କହିଛନ୍ତି ମୁଖାପାତ୍ର ସୁବ୍ରତ ବାଗଚୀ।

You might also like