ନିୟମ ଉଲ୍ଲଘଂନ କଲେ, ଏମିତି ସଜା ପାଇଲେ

ଫୁଲବାଣୀ: ସାରା ଦେଶ ଲକ୍‌ଡାଉନ୍‌। ଘରୁ ନ ବାହାରିବା ପାଇଁ ଦେଶବାସୀଙ୍କୁ ହାତ ଯୋଡ଼ି ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଘରେ ରହିବା ପାଇଁ ବିନମ୍ର ନିବେଦନ କରିଛନ୍ତି। କାରଣ କରୋନାରୁ ବର୍ତ୍ତିବା ପାଇଁ ଏହା ହେଉଛି ଏକମାତ୍ର ରାସ୍ତା। ଏହାସତ୍ତ୍ୱେ ଲୋକେ ବାହାରେ ବୁଲିବା ଅଭ୍ୟାସ ଛାଡ଼ି ପାରୁନାହାନ୍ତି।

ତେଣୁ  ନିୟମ ଖିଲାପକାରୀଙ୍କ ପାଇଁ ଅଭିନବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି କନ୍ଧମାଳ ଜିଲ୍ଲା ପ୍ରଶାସନ।  ଯେଉଁମାନେ ନିୟମ ଉଲ୍ଲଘଂନ କରୁଛନ୍ତି,  ହାତରେ ପ୍ଲାକାଡ ଧରାଇ ଛିଡ଼ା କରାଇଛି ପୋଲିସ୍ । କନ୍ଧମାଳ ବାଲିଗୁଡ଼ାରେ କିଛି ଲୋକେ ଆଜି ଘରୁ ବିନା କାରଣରେ ବାହାରିଥିଲେ । ପୋଲିସ ତାଙ୍କୁ ଅଟକାଇବା ସହ ହାତରେ ପୋଷ୍ଟର୍ ଧରାଇ ଛିଡ଼ା କରାଇଛନ୍ତି ।

ଏହି ପୋଷ୍ଟରରେ ଲେଖା ହୋଇଛି କି, ମୁଁ ଗୋଟେ ସ୍ୱାର୍ଥପର,ମୁଁ ବୁଲିବା ଚକ୍କରରେ ସମାଜକୁ ବିପଦକୁ ଠେଲି ଦେଇଛି।ଏଥିପାଇଁ ମୁଁ ଅନୁତପ୍ତ ବି ନୁହେ। ଏଭଳି କରିବା ଦ୍ୱାରା ଲୋକେ ଲଜ୍ଜିତ ହେବେ ଏବଂ ଆଗାମୀ ଦିନରେ ଏନେଇ ସଚେତନ ହେବେ ବୋଲି ପୋଲିସ କହିଛି।

 

You might also like