ବାଲେଶ୍ୱର: କରୋନା କଟକଣା ପରେ ପେଟପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିବା ଯୁବତୀଙ୍କୁ ଆନ୍ଧ୍ରରେ ନିର୍ଯାତନା। ସେମାନଙ୍କୁ ନଜର ବନ୍ଦୀ ରଖିବା ସହ ର୍ନିଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଭିଡିଓ ଜାରି କରି ଉଦ୍ଧାର ପାଇଁ ନିବେଦନ କରିଛନ୍ତି ନୀଳଗିରି ଅମର୍ଦ୍ଦାର କିଛି ଯୁବତୀ। ଆନ୍ଧ୍ରପ୍ରଦେଶର କଡ଼ପା ଜିଲ୍ଲାରେ ଡିଜିଟାଲ କଟନ ମିଲ ରେ କାମ କରିବାକୁ ଯାଇ ନଜର ବନ୍ଦୀରେ ରହିଛନ୍ତି ଯୁବତୀମାନେ। ସେମାନଙ୍କୁ ଫେରାଇ ନେବା ପାଇଁ ସମ୍ପର୍କୀୟଙ୍କ ଜରିଆରେ ନିବେଦନ କରିଛନ୍ତି ବାଲେଶ୍ୱର ଅମରଦାରୋଡ ଫାଣ୍ଡି ସଦାନନ୍ଦପୁର ଗ୍ରାମର ଅନିତା ଜେନା।
ତେବେ ଭିଡିଓ ପରେ ଚିତ୍ତରଞ୍ଜନ ନାୟକ ବ୍ୟକ୍ତି ସମ୍ପୃକ୍ତ ଯୁବତୀଙ୍କ ମୋବାଇଲ ବି ଛଡାଇ ନେଇଥିବା ଜଣାପଡ଼ିଛି। ଏନେଇ ପରିବାର ପକ୍ଷରୁ ଅମରଦା ରୋଡ ଫାଣ୍ଡିରେ ଲିଖିତ ଅଭିଯୋଗ ପରେ ବି ପୋଲିସ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି।