କରୋନାରେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ଭୂତାଣୁ ନେଲା କୋଭିଡ୍‌ ଯୋଦ୍ଧାଙ୍କ ଜୀବନ। ଦିଲ୍ଲୀ NHSRCରେ କାର୍ଯ୍ୟରତ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ ହୋଇଛି। କରୋନାରେ ଓଡ଼ିଆ ଡାକ୍ତର ଅଶ୍ୱିନୀ କୁମାର ପ୍ରତାପଙ୍କ ମୃତ୍ୟୁ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୩୯ ବର୍ଷ ବୟସ ହୋଇଥିଲା।

ମୃତ ଡାକ୍ତରଙ୍କ ନାମ ଅଶ୍ୱିନୀ କୁମାର ପ୍ରତାପ। ସେ ଦିଲ୍ଲୀ ସ୍ଥିତ ନ୍ୟାସନାଲ ହେଲଥ ସିଷ୍ଟମ ରିସୋର୍ସେସ ସେଣ୍ଟର (ଏନଏଚଏସଆରସି)ରେ କାର୍ଯ୍ୟରତ ଥିଲେ। ତାଙ୍କ ଘର କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ। ସେ ବ୍ରହ୍ମପୁର MKCGରୁ ଡାକ୍ତରୀ ପାସ୍ କରିଥିଲେ।

ତାଙ୍କର ସ୍ତ୍ରୀ ଓ ତିନି ବର୍ଷୀୟ ଯାଁଳା ଛୁଆ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏବେ ଏହି ତିନି କିମ୍ସ କୋଭିଡ୍ ହସ୍ପିଚାଲରେ ଭର୍ତ୍ତି ହୋଇଛନ୍ତି।

ଜୁନ ୧୬ରେ ସେ କରୋନା ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ସେ ଡୀପଚାନ୍ଦ ବନ୍ଧୁ ହସ୍ପିଚାଲରେ ଭର୍ତ୍ତି ହୋଇଥିଲେ। ହେଲେ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ରାଜୀବଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ଡାକ୍ତର ଅଶ୍ୱିନୀ ଡାଇବେଟିସରେ ଆକ୍ରାନ୍ତ ଥିବାରୁ ସ୍ୱାସ୍ଥାବସ୍ଥା ଖରାପ ରହିଥିଲା। ଶୁକ୍ରବାର ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ସେଥିରେ ପୁଣି ପଡିଟିଭ ଆସିଥିଲା। ଏହାପରେ ଆଜି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ଆଜି ସକାଳ ୧୧ଟାରେ ଏହି ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀରେ ଏଯାବତ୍ ୨୦୩୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

You might also like