‘ଡାଡି’ଙ୍କୁ ମିଳିଲାନି ଜାମିନ୍‌

କଟକ: ‘ଡାଡି’ଙ୍କୁ ମିଳିଲାନି ଜାମିନ୍‌। ବହୁଚର୍ଚ୍ଚିତ ଢେଙ୍କାନାଳ ବେଲଟିକିରି ସେଲଟର୍‌ ହୋମ୍ ଯୌନ ନିର୍ଯାତନା ମାମଲାରେ ସେଲଟର୍‌ ହୋମ୍‌ର ଏମ୍‌ଡି ତଥା ମୁଖ୍ୟ ଅଭିଯୁକ୍ତ ଫୟାଜ୍ ରେହମାନ୍‌ ଓରଫ୍‌ ଡାଡିଙ୍କ ଜାମିନ୍‌ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି।

ଏଥିସହ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ସେଲ୍‌ଟର୍‌ ହୋମ୍‌ର ଆସିଷ୍ଟାଣ୍ଟ ଡାଇରେକ୍ଟର ଉଦିତ୍ କୁମାର ଲିମାଙ୍କ ଜାମିନ୍‌ ଆବେଦନକୁ ବି ହାଇକୋର୍ଟ ଖାରଜ କରି ଦେଇଛନ୍ତି।

ତଦନ୍ତ ପ୍ରକ୍ରିୟା ପ୍ରଭାବିତ ଆଶଙ୍କାରେ ହାଇକୋର୍ଟ ଉଭୟଙ୍କ ଜାମିନ୍ ଆବେଦନ ଖାରଜ କରିଛନ୍ତି।

ଆହୁରି ମଧ୍ୟ ପଢ଼ନ୍ତୁ: ଖୋଲୁଛି ଶେଲ୍‌ଟର ହୋମ ଗୁମର: ବିଦେଶରୁ ଆସୁଥିଲା ଟଙ୍କା

You might also like