୩ ପୋଲିସ୍ ଅଧିକାରୀଙ୍କ ନାଁରେ ମାମଲା କର: ହାଇକୋର୍ଟ

କଟକ: ମହିଳା ଥାନାର ୩ ଅଧିକାରୀଙ୍କ ନାଁରେ ମାମଲା କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ୩ ଅଧିକାରୀଙ୍କ ନାଁରେ ମାମଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇଆଇସି, ଏସ୍ଆଇ ଓ ଏଏସ୍ଆଇଙ୍କ ନାଁରେ ମାମଲା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୀଡ଼ିତାଙ୍କ ଅଭିଯୋଗକୁ ଏତଲା ଭାବେ ନେଇ ମାମଲା କରିବାକୁ କହିଛନ୍ତି କୋର୍ଟ।

ଜଣେ ପୀଡ଼ିତା ମହିଳା ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ କରିଥିଲେ। ଅଭିଯୋଗକୁ ଗ୍ରହଣ ନ କରି ଥାନା ଅଧିକାରୀ ଧମକଚମକ ଦେଇଥିବା ଅଭିଯୋଗ କରିଥିଲେ। ଏହାପରେ ପୀଡ଼ିତା ଲାଲବାଗ ଥାନା ଓ ପରେ ହାଇକୋର୍ଟ ଯାଇଥିଲେ।

You might also like