IAS ବିନୋଦ କୁମାରଙ୍କୁ ଜାମିନ ଦେଲେ ହାଇକୋର୍ଟ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ORHDC ଅର୍ଥ ଅନିୟମିତତା ମାମଲାରେ IAS ବିନୋଦ କୁମାରଙ୍କୁ ଜାମିନ ମିଳିଛି। ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଜାମିନ ପାଇଁ ସର୍ତ୍ତ ନିର୍ଦ୍ଧାରଣ କରିବାକୁ ତଳକୋର୍ଟକୁ କହିଛନ୍ତି। ହାଇକୋର୍ଟ  ୫୦ ଲକ୍ଷରୁ ଅଧିକ ଟଙ୍କାର ଜାଲିଆତି ମାମଲାରେ ବିନୋଦ କୁମାରଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡ ଦେଇଥିଲେ। ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବିନୋଦ।

ହାଇକୋର୍ଟଙ୍କ ରାୟ ତାଙ୍କ ସପକ୍ଷରେ ଯାଇଛି। ଗତ ଶୁକ୍ରବାରରୁ ବିନୋଦ କୁମାର ଝାରପଡ଼ା ଜେଲ୍‌ରେ ଅଛନ୍ତି। ଏହି ମାମଲାରେ ଅନ୍ୟତମ ଦୋଷୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ମଧ୍ୟ ଜାମିନ ମିଳିଛି।

You might also like