ଓଟିଭି ସପକ୍ଷରେ ହାଇକୋର୍ଟଙ୍କ ରାୟ

ଭୁବନେଶ୍ୱର ହକି ବିଶ୍ୱକପ୍‌ ଖବର ସଂଗ୍ରହରେ OTVକୁ ବାଧା ଦେବା ମାମଲା। FIH ଓ ହକି ଇଣ୍ଡିଆ ସହ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଝଟକା। OTV ପ୍ରତିନିଧିଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ଦେବାକୁ FIH, ହକି ଇଣ୍ଡିଆ, ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ।

OTV ପକ୍ଷରୁ ଲଢୁଥିବା ବରିଷ୍ଠ ଓକିଲ ଶୌର୍ଯ୍ୟ ସୁନ୍ଦର ଦାସ ଏନେଇ ସୂଚନା ଦେଇଛନ୍ତି। ବିଦେଶୀ ସାମ୍ବାଦିକଙ୍କ ପ୍ରାବଲ୍ୟ ବାହାନାରେ OTV ପ୍ରତିନିଧିଙ୍କ ଆକ୍ରିଡିଟେସନ ରଦ୍ଦ କରାଯାଇଥିଲା। ଯାହାକୁ ନେଇ ସବୁ ମହଲରେ ନିନ୍ଦା କରାଯାଇଥିଲା।

ଏମିତିକି ୨୧ ତାରିଖରେ ଓଟିଭି ସାମ୍ବାଦିକ ନିରଞ୍ଜନ ରେଡ୍ଡୀ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ କ୍ରୀଡ଼ା ସଚିବ ବିଶାଳ ଦେବ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଅପଦସ୍ଥ କରିଥିଲେ। ଓଟିଭି ବୁମ୍ ଠେଲି ଦେବା ସହ ନିରଞ୍ଜନଙ୍କୁ ସ୍ଥାନ ଛାଡ଼ି ଚାଲିଯିବାକୁ କହିଥିଲେ।

 

You might also like