କଟକ ଓକିଲ-ପୁଲିସ୍ ଗଣ୍ଡଗୋଳ

କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ : କଟକର ଅାଇନଜୀବୀ-ପୁଲିସ ଗଣ୍ଡଗୋଳର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜଣେ ଡିଏସ୍‌ପି ସ୍ତରର ଅଧିକାରୀ ଏହାର ତଦନ୍ତ କରିବେ। କଟକ ହାଇକୋର୍ଟର ଜଣେ ଓକିଲଙ୍କୁ ପୁଲିସ ମାଡ଼ ମାରିବା ଅଭିଯୋଗ ପରେ ଲଙ୍କାକାଣ୍ଡ ହୋଇଥିଲା। ଏକ ଭ୍ୟାନକୁ ମଧ୍ୟ ପୋଡ଼ି ଦିଅାଯାଇଥିଲା।

ସେହି ଘଟଣା ପରଠାରୁ ଓକିଲ ସଂଘର କାର୍ଯ୍ୟବନ୍ଦ ଅାନ୍ଦୋଳନ ଜାରି ରହିଛି।  ଘଟଣାରେ ସଂପୃକ୍ତ ପୁଲିସ ଅଧିକାରୀଙ୍କ ଗିରଫ ଦାବି କରାଯାଇଛି। ଏହି ଘଟଣାରେ ୩ ଜଣ ପୁଲିସ କର୍ମଚାରୀଙ୍କୁ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଥିଲେ ମଧ୍ୟ ଓକିଲଙ୍କୁ ଏହା ସନ୍ତୁଷ୍ଟ କରିପାରି ନାହିଁ।

You might also like