କଟକରେ ପୁଣି ବଢିଲା ସଟ୍‌ଡାଉନ୍ ଅବଧି

କଟକ: କଟକ ସହର ପାଇଁ ଆଉ ୨ ଦିନ ବଢ଼ିଲା ସଟଡାଉନ୍ ଅବଧି। ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ସଟଡାଉନ୍। ବର୍ତ୍ତମାନ କରୋନା ସ୍ଥିତିକୁ ଦେଖି ଆସନ୍ତାକାଲି ଶେଷ ହେବାକୁ ଥିବା କଟକ ସହର ସଟଡାଉନ୍ ଅବଧି ୧୦ ତାରିଖ ଶୁକ୍ରବାର ଯାଏଁ ବୃଦ୍ଧି କରାଯାଇଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ।


ତେବେ ୧୧ ତାରିଖ ଶନିବାର ଓ ୧୨ ତାରିଖ ରବିବାର ପୁରା ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେଉଥିବାରୁ କଟକ ସହର ପୁରା ସପ୍ତାହ ଧରି ସଟଡାଉନରେ ରହିବ ତେବେ ୧୦ ତାରିଖ ଯାଏଁ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ।

ପ୍ରକାଶଥାଉକି, କରୋନା ସଂକ୍ରମଣ ବଢୁଥିବାରୁ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କଟକ ସହରକୁ ଜୁଲାଇ ୫ରୁ ୮ ତାରିଖ ମଧ୍ୟରାତ୍ର ଯାଏ କଟକ ସହରକୁ ସଟ୍‌ଡାଉନ୍ କରାଯାଇଥିଲା। ସଟ୍‌ଡାଉନ୍‌ ଘୋଷଣାକୁ଼ ତତ୍କାଳ ଲାଗୁ କରାଯାଇଥିଲା।

You might also like