‘ଜୁଲାଇ ୧୫ ସୁଦ୍ଧା ଆଡମିଶନ ସାର’

ଭୁବନେଶ୍ୱର: ଜୁଲାଇ ୧୫ ତାରିଖ ସୁଦ୍ଧା ଆଡମିଶନ୍ ପ୍ରକ୍ରିୟା ଶେଷ କର। ୨୦୨୦-୨୧ ଶିକ୍ଷାବର୍ଷ ଲାଗି ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଆଡମିଶନ ପ୍ରକ୍ରିୟା ଜୁଲାଇ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ଆଜି ବିଜ୍ଞପ୍ତି ଜାରି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏ ନେଇ ଆଜି ରାଜ୍ୟର ସମସ୍ତ ଡିଇଓ, ଡିପିିସି ଓ ବିଇଓଙ୍କୁ ଚିଠି ଲେଖିଛି ବିଭାଗ।

ବିଭାଗର ନିର୍ଦ୍ଦେଶ ଅନୁସାରେ ଏହି ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯ଟା ୩୦ ମଧ୍ୟରେ ଆଡମିଶନ କାର୍ଯ୍ୟ ସମ୍ପାଦନ ହେବ। ଏହି ସମୟରେ ଛାତ୍ର କିମ୍ବା ଅଭିଭାବକ ମିଶି ୫ଜଣରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି।

ସେହିଭଳି କରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ ସମସ୍ତ ଗାଇଡଲାଇନ୍ ପାଳନ ସହ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ସାନିଟାଇଜ୍ ଆଦି ନିଶ୍ଚିତ କରିବା ଲାଗି ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି

You might also like