• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସମ୍ବଲପୁର: ସମ୍ବଲପୁର ବୁର୍ଲାରେ ବଢ଼ୁଥିବା କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମସ୍ତ ହଷ୍ଟେଲ୍ ଅନ୍ତେବାସୀଙ୍କ ପାଇଁ କର୍ତ୍ତୃପକ୍ଷ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି।ବାହାରକୁ ଯଦି କୌଣସି ଛାତ୍ର ଯାଆନ୍ତି, ସନ୍ଧ୍ୟା ସାଢ଼େ ୭ଟା ସୁଦ୍ଧା ଫେରି ଆସିବାକୁ ହଷ୍ଟେଲ୍‌ ୱାର୍ଡେନ୍‌ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଛାତ୍ରୀମାନେ ମଧ୍ୟ ହଷ୍ଟେଲ୍‌କୁ ଫେରି ଆସିବାକୁ ୱାର୍ଡେନ୍ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାସହ ମାସ୍କ ପରିଧାନ ସହ ସାମାଜିକ ଦୂରତା ବଜାୟ ରକ୍ଷା ରଖିବା, ସାନିଟାଇଜର୍‌ ବ୍ୟବହାର ଏବଂ ହ୍ୟାଣ୍ଡ୍‌ୱାଶ୍ ଉପରେ ଗୁରୁତ୍ୱ ଦିଆଯାଇଛି।

ଜରୁରୀ କାମ ନଥିଲେ ଅନ୍ତେବାସୀଙ୍କୁ ବାହାରକୁ ଯିବାକୁ ବାରଣ କରାଯାଇଛି। ଯଦି କୌଣସି ଅନ୍ତେବାସୀ ଥଣ୍ଡା, କାଶ, ଜ୍ୱର କିମ୍ବା କିଛି ଲକ୍ଷଣ ଦେଖାଦିଏ, ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ଚିକିତ୍ସା ପାଇଁ ହଷ୍ଟେଲ୍ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

odisha

ଅନ୍ୟପକ୍ଷେ, ବୁର୍ଲା ଭିସୁଟ୍‌ (Veer Surendra Sai University of Technology) ରେ ଗତକାଲି ହେବାକୁ ଥିବା ଅଫ୍‌ଲାଇନ୍ନ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। କରୋନା ସଂକ୍ରମଣ ପାଇଁ ଅଫ୍‌ଲାଇନ୍‌ ପରୀକ୍ଷାକୁ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ ଭିସୁଟ୍ କୁଳପତିନୋଟିସ ଜାରି କରିଛନ୍ତି।

Order-issued-for-the-students-of-sambalpur-university-hostels
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories