ଭୁବନେଶ୍ୱର : ବିରୋଧୀଙ୍କ ହାତରେ ଦାମଙ୍କ ଅସ୍ତ୍ର। ସରକାରଙ୍କ ଉପରେ ଦାମ ଯେଉଁ ଦୁର୍ନୀତିର ବୋମା ପକାଇଥିଲେ ତାକୁ ଏବେ ବିଜେପି ଅସ୍ତ୍ର କରିବାକୁ ସଜ ହେଉଛି। ଅାଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି କିଛି ବିଜେଡି ନେତାଙ୍କ ଫଟୋ ଦେଖାଇ ଅଭିଯୋଗ କରିଛନ୍ତି।
ଅତୀତରେ ଦୁର୍ନୀତି ଅଭିଯୋଗରେ ପଦ ଯାଇଥିବା ନେତାଙ୍କୁ ପୁଣି ନବୀନ କିଭଳି କୋଳେଇ ନେଇଛନ୍ତି । ଦଳର ଅଭିଯୋଗ ଏହି ଦୁର୍ନତିଗ୍ରସ୍ତ ନେତାଙ୍କ ସର୍ଦ୍ଦାର ହେଉଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ପିସିସି ସଭାପତି ମଧ୍ୟ ଦୁର୍ନୀତି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବିଧାନସଭାରେ କୃଷିମନ୍ତ୍ରୀ ଚାରାଘୋଟାଲା କଥା ସ୍ୱୀକାର କରିବା ପରେ ବି ମୁଖ୍ୟମନ୍ତ୍ରୀ ଏହାକୁ ହସରେ ଉଡାଇଦେଇ ଦୁର୍ନୀତି ଗ୍ରସ୍ତକୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ନିରଞ୍ଜନ।
ପ୍ରଥମେ ଡଙ୍କାରୀ ପାହାଡ଼ରେ ବିଜେଡି ବିଧାୟକଙ୍କ ଲୁଟ୍ କଥା ଉଠାଇଥିବା ଦାମ ପରେ ଚାରାଘୋଟାଲା ଓମ୍ଫେଡ୍ ଦୁର୍ନୀତି ଓ ସମବାୟ ଦୁର୍ନୀତି କଥା କହି ସରକାରଙ୍କୁ ଅଡୁଅାରେ ପକାଇଥିଲେ। ମୁଖ୍ୟମନ୍ତ୍ରୀ କିନ୍ତୁ ଦାମଙ୍କ ଏ ଅଭିଯୋଗ ପ୍ରଶ୍ନକୁ ହସରେ ଉଡ଼ାଇଦେଇଥିବା ଅଭିଯୋଗ ଉଠିଛି।
ଏବେ ପ୍ରଶ୍ନ, ଦୁର୍ନୀତି ପ୍ରସଙ୍ଗକୁ ହାସ୍ୟାସ୍ପଦ କହି ଏଡାଇଯାଇଥିବା ନବୀନଙ୍କ ପାଇଁ ଏହା ବୁମେରାଂ ହବନି ତ।
ଦୁର୍ନୀତି ପ୍ରସଙ୍ଗକୁ ନେଇ ଦାମ ବି ଲୋକଙ୍କ ପାଖକୁ ଯିବେ ବୋଲି ସଜ ହେଲେଣି। ଯଦି ଏମିତି ହୁଏ ତେବେ ଲୋକେ ବିରୋଧୀଙ୍କ ଅପେକ୍ଷା ସରକାରରେ ଏତେ ଦିନ ଧରି ଥିବା ଦାମଙ୍କ କଥାକୁ ଗ୍ରହଣ କରିବେନି ତ।