୨୬ରେ ଆନ୍ଦୋଳନ କରିବେ ସମସ୍ତ ବିରୋଧୀ ଦଳ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ସମସ୍ତ ବିରୋଧୀ ଦଳ ଆନ୍ଦୋଳନ କରିବେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ। କଂଗ୍ରେସ ଏହି ଆନ୍ଦୋଳନର ନେତୃତ୍ୱ ନେଉଛି।

କରୋନା ମୁକାବିଲା ଓ ଲୋକଙ୍କ ଜୀବନ ଜୀବିକା ସୁରକ୍ଷିତ ରଖିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ୧୩ଟି ବିରୋଧୀ ଦଳ । ୨୬ ତାରିଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାଜ୍ୟପଳଙ୍କୁ ପ୍ରଦାନ କରାଯିବ। ଦାବି ପତ୍ର  ତା ପୂର୍ବରୁ ଆଜି ଭୁବନେଶ୍ୱରରେ ଏହି ଦଳଗୁଡ଼ିକର ଏକ ପ୍ରସ୍ତୁତି ବୈଠକ ହୋଇଥିଲା।

ଆହୁରି ପଢ଼ନ୍ତୁ

You might also like