ଗୃହ ଆରମ୍ଭରୁ ବିଜେଡିକୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଆଜି ମଧ୍ୟ ଗୃହରେ ହଟ୍ଟଗୋଳ ହୋଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ସମବାୟ ଦୁର୍ନୀତି ପ୍ରସଙ୍ଗରେ ହଟ୍ଟଗୋଳ କରିଥିବା ବେଳେ କଂଗ୍ରେସ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇଥିଲା। ସେହିଭଳି ଶାସକ ବିଜେଡି ମଧ୍ୟ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର୍‌ ଉଡ଼ାଣ ପ୍ରସଙ୍ଗ ଉଠାଇଥିଲା।

ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ଆୟାର ସୋଶାଲ୍‌ ମିଡିଆରେ ଅପ୍ଲୋଡ୍‌ କରିଥିବା ଭିଡିଓକୁ ପ୍ରସଙ୍ଗ କରିଥିଲା ଶାସକ ବିଡେଜି। ଏହା ସାମ୍ପ୍ରଦାୟିକତା ଏବଂ ଓଡ଼ିଶାର ସ୍ୱାଭିମାନକୁ କ୍ଷୁଣ୍ଣ କରୁଛି ବୋଲି ଦଳ ଅଭିଯୋଗ କରିଥିଲା।

ଏଥିସହିତ କୋଣାର୍କ ମନ୍ଦିର, ପୁରୀ ଜଗନ୍ନାଥ ମନ୍ଦିର ଓ ଚିଲିକା ଉପରେ ବୈଜୟନ୍ତ ହେଲିକପ୍ଟର୍‌ ଉଡ଼ାଇଥିବା ଅଭିଯୋଗ କରି ବିଜେଡି ବିଧାୟକ ପ୍ରଥମେ ବିଧାନସଭା ଭିତରେ ପ୍ରତିବାଦ କରିଥିଲେ। ପରେ ବିଧାନସଭା ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ମଧ୍ୟ ଦେଇଥିଲେ।

You might also like