• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • ପେଟ୍ରୋଲ ଡିଜେଲ ପରେ ଖାଇବା ତେଲରେ ମହଙ୍ଗା ମାଡ଼
  • ୬ ମାସରେ ୭୦ ପ୍ରତିଶତ ବଢିଲାଣି ଖାଇବା ତେଲ ଦର
  • ବିଧାନସଭାରେ ତାତି, ସରକାର-ବିରୋଧୀ ଦୋଷ ଲଦାଲଦି

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ ପରେ ଖାଉଟୀଙ୍କ ଉପରେ ଏବେ ଖାଇବା ତେଲର ମହଙ୍ଗାମାଡ଼ ପଡିଛି। ୬ ମାସ ଭିତରେ ୭୦ ପ୍ରତିଶତ ମହଙ୍ଗା ହେଲାଣି ଖାଇବା ତେଲ। ଏ ପ୍ରସଙ୍ଗ ଏବେ ରୋଷେଇ ଶାଳରୁ ଆସି ପହଞ୍ଚିଛି ବିଧାନସଭାରେ। ଖାଲି ପହଞ୍ଚିନି, ସରଗରମ ହୋଇଛି ଆଲୋଚନା। କଂଗ୍ରେସ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କାଠଗଡ଼ାକୁ ଟାଣିଥିବା ବେଳେ ଦୋଷ ଲଦାଲଦି ହୋଇଛନ୍ତି ବିଜେପି ଓ ବିଜେଡି।

ଆଳୁ, ପିଆଜ ଦରବୃଦ୍ଧିରୁ ତ୍ରାହି ମିଳିଛି କି ନାହିଁ କଲବଲ କଲାଣି ଖାଇବା ତେଲଅ ବୋଝ। ୬ ମାସରେ ୬୦ରୁ ୭୦% ମହଙ୍ଗା ହେଲାଣି ରୋଷେଇ ଘରର ଏହି ଅତ୍ୟାବଶ୍ୟକ ସାମଗ୍ରୀ। ଅୋବର ମାସରେ ଯେଉଁ ରିଫାଇନ ତେଲର ଦାମ ଲିଟର ପିଛା ୯୫ ଟଙ୍କା ଥିଲା ଏବେ ତାହା ୧୬୫ ଟଙ୍କାରେ ପହଞ୍ଚିଛି। ଗରିବଗୁରୁବା ବ୍ୟବହାର କରୁଥିବା ପାମୋଲିନ୍ ତେଲରେ ବି ହାତ ଦେଇ ହେଉନି। ଲିଟର ପିଛା ୮୦ ଟଙ୍କାରୁ ବଢ଼ି ଛୁଇଁଲାଣି ୧୩୦ ଟଙ୍କା। ଆଉ ସୋରିଷ ତେଲ କଥା ବି ନ କହିବା ଭଲ। ଅୋବର ମାସରେ ସୋରିଷ ତେଲ ଲିଟର ୯୦ ଟଙ୍କା ଥିବା ବେଳେ ଏବେ ୧୫୦ ଏହାକୁ ନେଇ ଚିନ୍ତାରେ ଅଛନ୍ତି ଖାଉଟି ଆଉ ବ୍ୟଥାରେ ଗୃହିଣୀ। ସେମାନଙ୍କ କହିବା କଥା, ଲକ୍ଡାଉନ୍ ଯୋଗୁଁ ଆୟ କମିଥିବା ବେଳେ ସବୁ ଖାଇବା ଜିନିଷର ଦାମ ଆକାଶଛୁଆଁ ହୋଇଛି। ଅତି ଦରକାରୀ ଖାଇବା ତେଲ ଦର କମାଇବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଗୃହିଣୀଙ୍କ ଦାବି।

ଏପଟେ ଖାଇବା ତେଲର ଅତ୍ୟଧିକ ଦରବୃଦ୍ଧିକୁ ନେଇ ବିଧାନସଭାରେ ତାତି ବି ଦେଖିବାକୁ ମିଳିଛି। ମୁଲତବୀ ପ୍ରସ୍ତାବ ଆଣି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କାଠଗଡ଼ାକୁ ଟାଣିଥିଲା କଂଗ୍ରେସ। କେନ୍ଦ୍ର ସରକାର ଉଭୟ ଆମଦାନୀ ଶୁଳ୍କ ଓ ସେସ୍ ବଢ଼ାଇଥିବାରୁ ତେଲ ଦର ଦେଢ଼ଗୁଣା ହୋଇଥିବା ଦଳ କହିଛି। ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉନଥିବା କଂଗ୍ରେସ ଅଭିଯୋଗ କରିଛି। ଅନ୍ୟପଟେ ରାଜ୍ୟରେ ତୈଳବୀଜ ଉତ୍ପାଦନ ପାଇଁ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି ବୋଲି ଜାଣିବାକୁ ଚାହିଁଥିଲା ବିଜେପି। ତେବେ ତେଲ ଦର ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ରର ଦାୟିତ୍ୱ କହି ମୁଣ୍ଡରୁ ପୁରା ଦୋଷ ଖସାଇ ଦେଇଛି ବିଜେଡି।

ପେଟ୍ରୋଲ ଡିଜେଲ ହେଉ କି ଖାଇବା ତେଲ ଦରବୃଦ୍ଧିକୁ ନେଇ ତର୍କବିତର୍କ ଓ ଦୋଷ ଲଦାଲଦି ଭିତରେ ମହଙ୍ଗା ମାଡ଼ରେ ପେସି ହେଉଥିବା ସାଧାରଣ ଲୋକଙ୍କୁ କିଭଳି ଆଶ୍ୱସ୍ତୀ ମିଳିବ ସେଥିପ୍ରତି କିନ୍ତୁ କାହାରି ନିଘା ନାହିଁ।

କଟକରୁ ପ୍ରଭାତ ବିଷୋୟୀ, ଭୁବନେଶ୍ୱରରୁ ବଳରାମ ମହାନ୍ତି ଓ ହରିହର ଚାନ୍ଦଙ୍କ ରିପୋର୍ଟ

Opposition-rounds-govt-over-rise-in-edible-oil-prices
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories