ବିଧାନସଭାରେ ପୁରୀ ପୂର୍ବତନ ଏସ୍ପିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲା କଂଗ୍ରେସ୍
ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଗୃହରେ ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧୀ। କଂଗ୍ରେସ ଓ ବିଜେପି ହାଜତ ମୃତ୍ୟୁ ଓ ପିପିଲି ଥାର୍ଡ ଡିଗ୍ରୀ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିଧାୟକ ସନ୍ତୋଷ ସିଂ । ସାଲୁଜା ଘଟଣାରେ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ୩୦୨ ଦଫା ଲଗାଯାଇବାକୁ ସେ ଦାବି କରିଛନ୍ତି ।
ସେହିଭଳି ପୁରୀର ପୂର୍ବତନ ଏସ୍ପି ଅଖିଳେଶ୍ୱର ସିଂଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣି ସାଲୁଜା କହିଛନ୍ତି ଯେ, ସମ୍ବଲପୁର ଏସ୍ପି ଥିବାବେଳେ ସେ ବଟି ଆଦାୟ କରୁଥିଲେ। ତେବେ ଅଭିଯୋଗ ନେଇ ଅଖିଲେଶ୍ୱର ସିଂଙ୍କ ପ୍ରତିକ୍ରିୟା ମିଳିପାରିନାହିଁ॥
ସେହିପରି ବିରୋଧୀ ଦଳ ମୁଖ ସଚେତକ ମୋହନ ମାଝୀ ପୁରୀ ଓ ସୁନ୍ଦରଗଡରେ ହୋଇଥିବା ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇ ଏଥିପାଇଁ ପୋଲିସ ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି କହିଛନ୍ତି । ଏଥି ସହ ଜଣେ ସିଟିଂ ଜଜଙ୍କ ଦ୍ୱାରା ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ।
ସେପଟେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଶୀର୍ଷକ ବିରୋଧିଙ୍କ ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖି ଗୃହ ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ଗତ ବର୍ଷ ଓ ଚଳିତ ବର୍ଷ ଏଯାଏଁ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ଅଛିା ରାଜ୍ୟରେ ଅପରାଧ ପରିସ୍ଥିତି ମଧ୍ୟ ନିୟନ୍ତ୍ରାଣଧୀନ ରହିଛି । ସେହିଭଳି ହାଜତ ମୃତ୍ୟୁ ପ୍ରସଙ୍ଗରେ ନ୍ୟାୟିକ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ସେ କହିଛନ୍ତି ।NHRC ଗାଇଡଲାଇନ ଅନୁସାରେ ପୁରୀ ମାମଲାର ତଦନ୍ତ JFMC ଏବଂ ବୀରମିତ୍ରପୁର ଘଟଣାରେ SDJM ପାନପୋଷକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।