ବିଧାନସଭାରେ ଧାନ ତାତି; ବିରୋଧୀଙ୍କ ହଙ୍ଗାମା

ଭୁବନେଶ୍ୱର: ବିଧାନସଭାରେ ଧାନ ତାତି । ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଗୃହରେ କଂଗ୍ରେସ ସଭ୍ୟ ହଙ୍ଗାମା କରିଛନ୍ତି। ଏତେ ଦିନ ହେଲାଣି ରାଜ୍ୟର ବିଭିନ୍ନ ମଣ୍ଡିରେ ହଜାର ହଜାର ଚାଷୀଙ୍କ ଧାନ ପଡ଼ି ରହିଛି॥ ହଜାର ହଜାର ବସ୍ତା ଧାନ ଉଠିପାରୁନାହିଁ ।କେଉଁଠି ଟୋକନ ସମସ୍ୟା ତ କେଉଁଠି ପାସ୍ ସମସ୍ୟା। ପୁଣି ଉଁଠି ମିଲ୍ ମାଲିକ ଆସୁ ନ ଥିବାରୁ ଚାଷୀ ହନ୍ତସନ୍ତ ହେଉଛି । ସଂ

ଏ ସମ୍ପର୍କରେ ବିରୋଧୀ ଆଲୋଚନା କରିବା ପାଇଁ ଗୃହରେ ମୁଲତବୀ ନୋଟିସ୍ ଦେଇଥିଲେ। କିନ୍ତୁ ତାକୁ ଗ୍ରହଣ କରିନଥିଲେ ବାଚସ୍ପତି । ତେଣୁ ବିଜେପି ସଦସ୍ୟ ହଙ୍ଗାମା କରିଛନ୍ତି । ଏହା ପରେ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ।

କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି, ଧାନ କିଣା ପ୍ରସଙ୍ଗରେ ଆଲୋଚନା ନ କରି ବାଚସ୍ପତି ଗୃହକୁ ବନ୍ଦ କରିବା ଠିକ ନୁହେଁ। ସେପଟେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ଗୁରୁତ୍ୱ ନଦେବାରୁ ଗୃହକୁ ଅଚଳ କରାଗଲା ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି।

ଖର୍ଚ୍ଚ ଦାବି ଆଲୋଚନା ବେଳେ ୨୧ଟି ବିଭାଗକୁ ଆଲୋଚନାରୁ ବାଦ ଦେଇ ଗିଲୋଟିନ୍ରେ ପାସ୍ କରିବାକୁ ସରକାର ଯୋଜନା କରିଛନ୍ତି । ବିଜେପିର ୨୩ଜଣ ସଦସ୍ୟ ଥିଲେ ମଧ୍ୟ କାହାକୁ ବିଜିନେସ୍ ଆଡଭାଇଜାରି କମିଟିରେ ରଖାଯାଇ ନାହିଁ । ଏହାସହ ଧାନକିଣା ସମସ୍ୟା ସଂକ୍ରାନ୍ତରେ ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବି ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରି ଦେଇଛନ୍ତି ବୋଲି ସେ କହିଛନ୍ତି । 

 

You might also like