‘କାଳିଆ ଟଙ୍କା ଆଦାୟ ନିଷ୍ପତ୍ତିକୁ ସ୍ଥଗିତ ନୁହେଁ, ଛାଡ଼ କର’

ଭୁବନେଶ୍ୱର: କାଳିଆ ଟଙ୍କାକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବଦଳିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। କାଳିଆ ଟଙ୍କା ଆଦାୟ ନିଷ୍ପତ୍ତିକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି। ଏହାକୁ ସ୍ଥଗିତ ନୁହେଁ ଛାଡ଼ କରାଯାଉ। ଲୋକେ ଟଙ୍କା ମାଗିନଥିଲେ, ନିର୍ବାଚନ ପାଇଁ ରାଜ୍ୟ ସରକାର ଟଙ୍କା ଜାଚି କି ଚାଷୀଙ୍କୁ ଦେଇଥିଲେ। ତତ୍କାଳୀନ କୃଷି ମନ୍ତ୍ରୀ ସମସ୍ତଙ୍କୁ ଯୋଗ୍ୟ ବୋଲି ଦର୍ଶାଇଥିଲେ।

ଏବେ ଅଯୋଗ୍ୟ ଆସିଲେ କେଉଁଠୁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା। ଚୟନ ପ୍ରକ୍ରିୟାରେ ତ୍ରୁଟି ରଖିଥିବା ବ୍ୟକ୍ତିଙ୍କଠୁ କାଳିଆ ଟଙ୍କା ଆଦାୟ କରାଯାଉ ବୋଲି ସେ କହିଛନ୍ତି। ବିରୋଧୀ ଦଳ ନେତାଙ୍କ ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି। କରୋନା ମହାମାରୀ ଓ ଖରିଫ ଚାଷ ସମୟ ହୋଇଥିବାରୁ କାଳିଆ ଟଙ୍କା ଫେରସ୍ତ ନିର୍ଦ୍ଦେଶକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି।

୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ଘୋଷଣା କରିଥିଲେ। ଦୁଇଟି କିସ୍ତିରେ ଚାଷୀଙ୍କୁ ୫ ହଜାର କରି ୧୦ ହଜାର ଟଙ୍କା ଦିଆଯାଇଛି।

You might also like