• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟରେ ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଚିଠିରେ ସେ ଉଲ୍ଲେଖ କରିଛନ୍ତି, କରୋନା ମହାମାରୀ ବେଳେ ଯେଉଁ ନର୍ସିଂ ସ୍ୱାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କ ସେବା କରୁଥିଲେ, ସେମାନେ ଏବେ ରାଜରାସ୍ତାରେ ବସିଛନ୍ତି। ସରକାର ସେମାନଙ୍କ ଦାବି ଶୁଣୁ ନାହାନ୍ତି। ଏବେ ବି କରୋନା ମହାମାରୀରୁ ବିଶ୍ୱ ମୁକ୍ତ ହୋଇନାହିଁ। ଏପରି ସ୍ଥିତିରେ ରାଜରାସ୍ତାରେ ସ୍ୱାସ୍ଥ୍ୟକର୍ମୀମାନେ ବସିବା ଚିନ୍ତାଜନକ ବୋଲି ସେ ଉଲ୍ଲେଖ କରିଛନ୍ତି।

ସେହିପରି ଆଗକୁ ଲୋକଙ୍କୁ ଟିକା ଦିଆଯିବ। ସେତେବେଳେ ଏହି ସ୍ୱାସ୍ଥ୍ୟକର୍ମୀମାନେ କାମରେ ଲାଗିବେ। ସରକାରୀ ହସ୍ପିଟାଲଗୁଡ଼ିକରେ ପ୍ରାୟ ଅଧା ନର୍ସିଂ ପଦବୀ ଖାଲି ପଡ଼ିଛି। ସରକାର ତାକୁ ତୁରନ୍ତ ପୂରଣ କରନ୍ତୁ। ଯେଉଁମାନେ କରୋନା ମୁକାବିଲାରେ ଯୋଦ୍ଧା ସାଜି ଓଡ଼ିଶାବାସୀଙ୍କ ଜୀବନ ରକ୍ଷା କରିଥିଲେ, ଏହି ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଦିଆଯାଉ। ୧୦ ବର୍ଷ ହେଲାଣି ANM ପଦବୀରେ ନୂଆ ନିଯୁକ୍ତି ହୋଇନାହିଁ, ସେଥିପାଇଁ ସର୍ବାଧିକ ବୟସ ସୀମାକୁ ୩୨ ବଦଳରେ ୪୨ ବର୍ଷ କରାଯାଉ। ଇଣ୍ଡିଆନ ପବ୍ଲିକ ହେଲ୍ଥ ଷ୍ଟାଣ୍ଡାର୍ଡ ୨୦୧୨ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ୨୦୧୩ ଅନୁଯାୟୀ ଦରକାର ମୁତାବକ ସ୍ୱାସ୍ଥ୍ୟକର୍ମୀ ଓ ନର୍ସିଂ ପଦବୀ ପୂରଣ କରାଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରଦୀପ୍ତ ନାୟକ।

Opposition-party-leader-pradipta-nayak-writes-letter-to-cm-naveen-pattnaik
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories