• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ବ୍ରହ୍ମ ବିଭ୍ରାଟ ଓ ଦାରୁ ଚୟନ ଡିଲ୍ ଅଭିଯୋଗ ନେଇ ନବୀନ ସରକାରଙ୍କୁ ଟାର୍ଗେଟ୍‌। ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ବିଜେପି ଦାବି କରିଛି ତୁରନ୍ତ FIR ଦିଆଯାଉ ନ ହେଲେ ମୁଖ୍ୟମନ୍ତ୍ରୀ ନିଜ ଆଡୁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ।

ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦାରୁ ଫିକ୍ସିଂ ଅଭିଯୋଗ ନେଇ କୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ସ୍ତରୀୟ ତଦନ୍ତ କରାଯାଉ। ମୁଖ୍ୟମନ୍ତ୍ରୀ ଡିଲ୍ ସମ୍ପର୍କରେ ସ୍ପଷ୍ଟ କରନ୍ତୁ। ଦାରୁ ଚୟନ ଡିଲ୍‌ର ଯୋଗସୂତ୍ରକାରୀ କିଏ? କିଏ ଅର୍ଥ ଦେଇଛି? ତାହାର ନିରପେକ୍ଷ ତଦନ୍ତ କରାଯାଉ।

ଏ ପ୍ରସଙ୍ଗରେ ବିଜେଡିର ଜଣେ ନେତାଙ୍କୁ ବିଜେପି ଇଙ୍ଗିତ କରିଛି। ସେ ଟଙ୍କା ଦେଇ ରତ୍ନବେଦୀକୁ ଯାଇ ଶ୍ରୀଜଗନ୍ନାଥଙ୍କୁ ଛୁଅଁନ୍ତି ବୋଲି ଦଳ ଅଭିଯୋଗ କରିଛି।

ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଇଏ ଫିକ୍ସିଂର ସରକାର, ସବୁଠି ଡିଲ୍ ହୁଏ। ତାରା ପ୍ରଶ୍ନ କରିଛନ୍ତି, ସବୁ ଦାରୁ ଗୋଟିଏ ଜାଗାରୁ କେମିତି ମିଳିଲା ? ଦାରୁ ଚିହ୍ନଟ ବେଳେ ଯାହାଙ୍କ ନାଁ ଉଠୁଥିଲା, ସେ ଏବେ ସାଂସଦ। ଉକ୍ତ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଯାଇଛି।

ବିଭ୍ରାଟରେ ପୂର୍ବତନ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କର ମଧ୍ୟ ଭୂମିକା ଥିବା ଅଭିଯୋଗ କରିଛନ୍ତି ତାରା। ଏହି ଦାରୁ ଫିକ୍ସିଂ ଓଡ଼ିଶାବାସୀ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେଇଛି। ରାଜ୍ୟବାସୀ ନବୀନ ବାବୁଙ୍କୁ କ୍ଷମା ଦେବେ ନାହିଁ ବୋଲି ସେ କହିଛନ୍ତି।

ସେପଟେ ବିଜେଡି ଏହାର ପ୍ରତିକ୍ରିୟା ରଖିଛି।

Opposition-on-brahma-paribartan-fiasco
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories