ବିଧାନସଭାରେ ଥମୁନି ମଣ୍ଡି ଝଡ଼, ବିରୋଧୀ-ଶାସକ ମୁହାଁମୁହିଁ

ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ରଖିଲେ ବାଚସ୍ପତି

ବିଧାନସଭାରେ ଆଜି ବି ହଙ୍ଗାମା
ଉଭୟ ଶାସକ ଓ ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ
ମଣ୍ଡି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସର ପାଟିତୁଣ୍ଡ
ଧାନ ମଣ୍ଡି ସମସ୍ୟାକୁ ନେଇ ବିଜେପି, କଂଗ୍ରେସର ସ୍ଲୋଗାନ
ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ପ୍ରସଙ୍ଗ କଲା ବିଜେଡି
ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି କଲେ ବାଚସ୍ପତି

ଭୁବନେଶ୍ୱର : ବିଧାନସଭାରେ ଥମୁନି ମଣ୍ଡି ଝଡ଼ । ଆଜି ବି ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ । ତେବେ ବଡ଼ କଥା ହେଲା, ପ୍ରଥମ ଥର ଲାଗି ଶାସକ ଦଳର ସଭ୍ୟଙ୍କ ସହ ହଟ୍ଟଗୋଳରେ ତିନି ଜଣ ମନ୍ତ୍ରୀ ବି ସାମିଲ ହୋଇଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଆଜି ମଣ୍ଡି ସମସ୍ୟା ନେଇ ବିଜେପି ଓ କଂଗ୍ରେସ ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ ଓ ସ୍ଲୋଗାନ ଦେଉଥିବା ବେଳେ ଏହାକୁ କାଉଣ୍ଟର ଲାଗି ମାଡ଼ି ଆସିଥିଲେ ଶାସକ ସଭ୍ୟ ।

 

ସେପଟେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ପାଲଟା ପ୍ରସଙ୍ଗ କରିଥିଲା ଶାସକ ଦଳ । ସୁବାସ ସାନିଟାଇଜର ପିିଇବା ପ୍ରତିବାଦରେ ଶାସକ ଦଳର ବିଧାୟକ ପ୍ରଥମେ ନିଜ ନିଜ ସ୍ଥାନରେ ଛିଡ଼ା ହୋଇ ପାଟିତୁଣ୍ଡ କରିଥିଲେ ପରେ ସେମାନେ ଗୃହର ମଧ୍ୟଭାଗକୁ ଆସି ଦାବି କରିଥିଲେ । ସେ  କ୍ଷମା ମାଗନ୍ତୁ ନହେଲେ ଗୃହ ଚଳାଇ ଦିଆଯିବନି । ତେବେ ଏହି ସମୟରେ ମନ୍ତ୍ରୀ ସୁଶାନ୍ତ ସିଂହ, ନବ ଦାସ ଓ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଗୃହ ମଧ୍ୟଭାଗକୁ ଚାଲିଆସି ପ୍ରତିବାଦ କରିଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ସଦସ୍ୟ ତାରା ବାହିନୀପତି, ଯାହାକି ଏକ ବିରଳ ଘଟଣା ।

ସେପଟେ ସୁବାସ ପାଣିଗ୍ରାହୀ ଯେ ପପର୍ଯ୍ୟନ୍ତି କ୍ଷମା ମାଗି ନାହାନ୍ତି, ସେ ପର୍ଯ୍ୟନ୍ତ ଗୃହକୁ ଚଳାଇ ଦିଆଯିବ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଚାଷୀଙ୍କ ସ୍ୱାର୍ଥ ପାଇଁ ଦେବଗଡ଼ ବିଧାୟକ ନେଇଥିବା ପଦକ୍ଷେପ ପାଇଁ ଆଦୌ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ । ଓଲଟା ଶାସକ ଦଳକୁ ଚ୍ୟାଲେଞ୍ଜ ଦେଇ ମୋହନ ମାଝୀ କହିଛନ୍ତି, ଯଦି ସରକାର ଚାହୁଁଛନ୍ତି ସୁବାସଙ୍କୁ ସସପେଣ୍ଡ କରନ୍ତୁ । ଗୃହରେ ହଟ୍ଟଗୋଳ ଯୋଗୁଁ ପ୍ରଥମେ ଦିନ ସାଢ଼େ ୧୧ଟା ଓ ପରେ ଅପରାହ୍ନ ୪ଟା ପଯର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ।

 

You might also like