‘ମହିଳାଙ୍କ ପାଇଁ ପ୍ରତୀକାତ୍ମକ ନୁହେଁ, ଠୋସ୍ ପଦକ୍ଷେପ ନେବା ଜରୁରୀ’
ଭୁବନେଶ୍ୱର: କରୋନା ବେଳେ ମୋଦି ୮୫ ଲକ୍ଷ ୨୦ ହଜାର ମହିଳାଙ୍କ ଜନଧନ ଖାତାକୁ ୧୨୫୮ କୋଟିରୁ ଅଧିକ ଟଙ୍କା ପହଞ୍ଚାଇଛନ୍ତି। ୪୭ ଲକ୍ଷରୁ ଅଧିକ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ମିଳିଛି। ହେଲେ ମୋଦି ସରକାର ମହିଳାଙ୍କ ରୋଷେଇରେ ସୀମିତ ରଖୁଛନ୍ତି ବୋଲି ବିଜେଡି ପ୍ରଣବ ପ୍ରକାଶ ଦାସ କହୁଛନ୍ତି। କିଛି ଏଭଳି ଢଙ୍ଗରେ ପ୍ରଣବଙ୍କୁ କଡ଼ା ସମାଲୋଚନା କରି ଟ୍ୱିଟ୍ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।
ମହିଳା ସଶକ୍ତିକରଣର ବଡ଼ ନିଦର୍ଶନ ମୋଦି ଦେଖାଇଛନ୍ତି । ଭାରତର ପ୍ରତିରକ୍ଷା ଏବଂ ଅର୍ଥ ମନ୍ତ୍ରଣାଳୟ ପରି ଗୁରୁଦାୟିତ୍ୱ ମହିଳାଙ୍କ ହାତରେ ସୁରକ୍ଷିତ କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ପରି ନାରୀ ନେତ୍ରୀକୁ ହିଁ ଦେଇଥିଲେ ।
— Pradipta Kumar Naik (@pradiptanaikbjp) December 28, 2020
କାଠ ଚୁଲିରେ ରୋଷେଇ କରୁଥିବା ମହିଳାଙ୍କ ପାଖରେ ଏବେ ଗ୍ୟାସ୍ ଚୁଲା ପହଞ୍ଚିଛି। ମହିଳାଙ୍କ ସ୍ୱାସ୍ଥ୍ୟ, ରୋଜଗାର ଏବଂ ସମ୍ମାନ ବୃଦ୍ଧି ଦିଗରେ କାମ କରୁଛନ୍ତି। ମୋଦି ସରକାର ମହିଳା ସଶକ୍ତିକରଣରେ ବଡ଼ ନିଦର୍ଶନ। ପ୍ରତିରକ୍ଷା, ଅର୍ଥ ମନ୍ତ୍ରଣାଳୟ ଭଳି ଗୁରୁ ଦାୟିତ୍ୱ ମହିଳାଙ୍କୁ ପ୍ରଦାନ କରାଯାଇଛି। ତେବେ ଖୋଦ୍ ବିଧାୟକଙ୍କ ଜିଲ୍ଲାର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ନ୍ୟାୟ ମିଳିଲା ନା ଦଳୀୟ ଆଧାରରେ ମହିଳା ସରପଞ୍ଚଙ୍କ ସ୍ୱାମୀଙ୍କୁ ସୁରକ୍ଷା ମଳିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ।
ଗତକାଲି, ପ୍ରଣବ ନିଜ ଟ୍ୱିଟ୍ରେ ଧର୍ମେନ୍ଦ୍ରଙ୍କୁ ଟାଗ୍ କରି ଲେଖିଥିଲେ ଯେ, ଆମ ମୁଖ୍ୟମନ୍ତ୍ରୀ ଚାହାଁନ୍ତି ଆମର ମା ଓ ଭଉଣୀମାନେ ସଂସଦ ଓ ବିଧାନସଭାରେ ବସି ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ। ଆପଣ କଣ ଚାହାଁନ୍ତି ମହିଳାମାନେ ଘରର ଚାରି କାନ୍ଥ ଭିତରେ ରହି କେବଳ ରୋଷେଇ କରନ୍ତୁ?
.@dpradhanbjp ଭାଇ, ଆମ ମୁଖ୍ୟମନ୍ତ୍ରୀ ଚାହାଁନ୍ତି ଆମର ମା ଓ ଭଉଣୀମାନେ ସଂସଦ ଓ ବିଧାନସଭାରେ ବସି ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ। ଆପଣ କଣ ଚାହାଁନ୍ତି ମହିଳାମାନେ ଘରର ଚାରି କାନ୍ଥ ଭିତରେ ରହି କେବଳ ରୋଷେଇ କରନ୍ତୁ? ଆମ ମା ଓ ଭଉଣୀମାନେ ଆଜିବି ଚମତ୍କାର ରୋଷେଇ କରନ୍ତି। ସୁଯୋଗ ମିଳିଲେ ସେମାନେ ଦେଶ ମଧ୍ୟ ଚଳାଇ ପାରିବେ।
— Pranab Prakash Das (@pranabpdas) December 27, 2020
ପ୍ରଣବଙ୍କ ଏହି ଟ୍ୱିଟ୍ର ଜବାବ ଦେଇ ଲେଖାଶ୍ରୀ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଚାରିକାନ୍ଥ ଭିତରେ ବାନ୍ଧି ଓଡ଼ିଶାର ମା’, ଭଉଣୀ, ଶିଶୁଙ୍କୁ ବଳାତ୍କାର,ହତ୍ୟା ଓ ତସ୍କରୀ ଭଳି ରାକେଟ ଚଳାଇଛନ୍ତି। ଆପଣଙ୍କ ଦଳର ମା’ ଭଉଣୀଙ୍କୁ ସଂସଦ ଓ ବିଧାନସଭାରେ ବି ମୁହଁରେ ତୁଣ୍ଡି ବାନ୍ଧି ରଖିଛନ୍ତି। ବିଜେପି ଭଳି ମହିଳାଙ୍କୁ ଶାସନର କ୍ଷମତା କେନ୍ଦ୍ରରେ ରଖନ୍ତୁ ତା’ପରେ ମହିଳା ସଶକ୍ତୀକରଣକୁ କଥା କହିବେ।
@pranabpdas ମୁଖ୍ୟମନ୍ତ୍ରୀଙ୍କୁ ଚାରିକାନ୍ଥ ଭିତରେ ବାନ୍ଧି ଓଡ଼ିଶାର ମା ଭଉଣୀ ଶିଶୁଙ୍କୁ ବଳାତ୍କାର,ହତ୍ୟା ଓ ତସ୍କରୀ ଭଳି ରାକେଟ ଚଳାଇଛନ୍ତି। ଆପଣଙ୍କ ଦଳର ମା ଭଉଣୀଙ୍କୁ ସଂସଦ ଓ ବିଧାନସଭା ରେ ବିମୁହଁରେ ତୁଣ୍ଡି ବାନ୍ଧି ରଖିଛନ୍ତି।
ବିଜେପି ଭଳି ମହିଳାଙ୍କୁ ଶାସନର କ୍ଷମତା କେନ୍ଦ୍ରରେ ରଖନ୍ତୁ ତାପରେ ମହିଳା ଶସକ୍ତିକରଣ କଥା କହିବେ। https://t.co/wI6BCRf5CB— Lekha Samantsinghar (@DrLekhaShree) December 27, 2020