କଳାହାଣ୍ଡି ଜିଲ୍ଲାକୁ ଗ୍ରୀନ୍ ଜୋନ୍ ଘୋଷଣା କରିବାକୁ ଦାବି

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ୍ ଜୋନ୍ ପରିବର୍ତ୍ତେ ଗ୍ରୀନ୍ ଜୋନ୍ ଘୋଷଣା କରିବାକୁ ଦାବି ହୋଇଛି। ଏହି ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ।

କଳାହାଣ୍ଡି ଜିଲ୍ଲାରେ ରବି ଋତୁରେ ୩୦ ଲକ୍ଷ ଟନ୍ ଧାନ ଓ ୧୦ ଲକ୍ଷ ଟନ୍ କପା ଉତ୍ପାଦନ ହୁଏ। ଫସଲ ଅମଳ ଓ ମଣ୍ଡିରେ ବିକ୍ରି ପାଇଁ ଚାଷୀମାନେ ବହୁ ସଂଖ୍ୟାରେ ଶ୍ରମିକ ଆବଶ୍ୟକ କରିଥାନ୍ତି।

ଲକ୍‌ଡାଉନ କଟକଣା ଯୋଗୁଁ ଅମଳରେ ବିଳମ୍ବ ହେଲେ ଚାଷୀ କ୍ଷତି ସହିବାର ଆଶଙ୍କା ରହିଛି ବୋଲି ପ୍ରଦୀପ୍ତ ଲେଖିଛନ୍ତି।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ,ବଲାଙ୍ଗିର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ କଟକ ଜିଲ୍ଲାରେ ସକ୍ରିୟ ସଂକ୍ରମିତ ଚିକିତ୍ସାଧୀନ ଥିବା ସତ୍ତ୍ୱେ ସେଗୁଡ଼ିକୁ ଗ୍ରୀନ୍ ଜୋନ୍ ଘୋଷଣା କରାଯାଇଛି।

ଅଥଚ କଳାହାଣ୍ଡିରେ ଚିହ୍ନଟ ହୋଇଥିବା ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି, କିନ୍ତୁ ଏହାକୁ ଅରେଞ୍ଜ ଜୋନ୍ ଘୋଷଣା କରାଯାଇଛି।

ତେଣୁ ଚାଷୀ ଓ ଶ୍ରମିକମାନେ ଯେପରି ଯଥାଶୀଘ୍ର କ୍ଷେତକୁ ଯାଇ ଅମଳ ଆରମ୍ଭ କରିପାରନ୍ତି, ସେଥିପାଇଁ କଳାହାଣ୍ଡି ଜିଲ୍ଲାକୁ ଗ୍ରୀନ୍ ଜୋନ୍ ଭାବେ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପ୍ରଦୀପ୍ତ ନାଏକ।

ଆହୁରି ପଢ଼ନ୍ତୁ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

Coronavirus Odisha News: ଦିନକରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

You might also like