ବଲାଙ୍ଗିର : ମୋଦିଙ୍କ ବଲାଙ୍ଗିର ଗସ୍ତରେ ରେଲ୍ୱେ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମାଲୋଚନା। ମୋଦିଙ୍କ ଭାଷଣ ନୈରାଶ୍ୟଜନକ ବୋଲି ସେ କହିଛନ୍ତି।
ନରସିଂହ କହିଛନ୍ତି, ବୋଧ ହୁଏ ପରାଜୟ ଆଶଙ୍କାରେ ମୋଦି ଏପରି ଭାଷଣ ଦେଇଛନ୍ତି। ସେଥତ୍ପାଇଁ ସେ କଣ କହୁଛନ୍ତି ତାହା ବୁଝା ପଡ଼ୁନି। ପଛୁଆ ଜିଲ୍ଲା ବଲାଙ୍ଗିର ପାଇଁ ଅନେକ ପ୍ୟାକେଜ୍ ଦାବି କରିଥିଲୁ।
ହେଲେ ବଲାଙ୍ଗିର ପାଇଁ କିଛି ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ନାହିଁ। ସରକାରୀ ସଭାରେ ଯୋଗ ଦେଇଥିଲେ ମଧ୍ୟ ବିରୋଧୀଦଳ ନେତାଙ୍କ ନାଁ ମଧ୍ୟ ଭୁଲିଗଲେ। ସମାଲୋଚନା କରି ଶେଷରେ ସୌଜନ୍ୟତା ମଧ୍ୟ ଭୁଲିଗଲେ ବୋଲି କହିଛନ୍ତି ବିରୋଧି ଦଳ ନେତା ନରସିଂହ ମିଶ୍ର।
https://youtu.be/wdunwtxtMtA