• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ୨୧ ଡିସେମ୍ବରରେ ଚାଷୀଙ୍କ ସହାୟତା ପାଇଁ ସରକାର ଘୋଷଣା କଲେ ଯୋଜନା ‘କାଳିଆ’। ୨୨ ଡିସେମ୍ବର ‘କାଳିଆ’କୁ କାର୍ଯ୍ୟକାରୀ କରିବା ପାଇଁ ସରକାର ପ୍ରସ୍ତୁତ କଲେ ମୋଡାଲିଟିଜ ବା ନିୟମାବଳୀ।  ଆଉ ଏହାର ୭ ଦିନ ପରେ ସରକାର ମୁଣ୍ଡକୁ ଘାରିଲା ପାଣ୍ଠି ଚିନ୍ତା। କ୍ୟାବିନେଟ ବସି କାଳିଆ ପାଇଁ ଟଙ୍କା ଖର୍ଚ୍ଚର ବାଟ କାଢିଲା । ବଜେଟରେ ବ୍ୟୟ ବରାଦ ହୋଇ ନଥିବାରୁ  କଣ୍ଟିଜେନସି ଫଣ୍ଡରୁ ଟଙ୍କା ଆଣିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହେଲା।

କାଳିଆ ପାଇଁ ତିନି ବର୍ଷରେ ୧୦ ହଜାର କୋଟି ଖର୍ଚ୍ଚ ହେବାକୁ ଥିବା ବେଳେ ଚଳିତ ଆର୍ଥକ ବର୍ଷ  ଅର୍ଥାତ ଏପ୍ରିଲ ପୂର୍ବରୁ  ଖର୍ଚ୍ଚ ହେବ ୧୭ଶହ ୩୩ କୋଟି। ତେବେ କଣ୍ଟିଜେନସି ଫଣ୍ଡରେ ଏବେ ଅଛି ମାତ୍ର ୪୦୦ କୋଟି। ତେଣୁ ଜରୁରୀ ଆବଶ୍ୟକତା ଦୃଷ୍ଟିରୁ ଅଧ୍ୟାଦେଶ ଆଣି ଏହି ପାଣ୍ଠିକୁ ୧୬ ଶହ କୋଟି କରିବାକୁ ନିଷ୍ପତ୍ତି ହୋଇଛି।

ଏଣେ ବିଧିବଦ୍ଧ  ଭାବେ ଆସନ୍ତାକାଲି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। କିନ୍ତୁ ଏଖବର ଅର୍ଥ ମନ୍ତ୍ରୀଙ୍କ ପାଖରେ ନାହିଁ। ଅର୍ଥମନ୍ତ୍ରୀଙ୍କ କହିବା କଥା ମାସେ କିମ୍ବା ଦେଢ ମାସ ଭିତରେ ଯୋଜନା କାର୍ଯ୍ୟକାରୀ ହେବ। କେତେ ଚାଷୀ ଏହାର ଫାଇଦା ପାଇବେ ତାକୁ ନେଇ ବି ଦ୍ୱନ୍ଦ୍ୱ। ମୁଖ୍ୟମନ୍ତ୍ରୀ ୩୨ ଲକ୍ଷ ଚାଷୀଙ୍କ କଥା କହୁଥିବା ବେଳେ ଅର୍ଥ ମନ୍ତ୍ରୀ କହୁଛନ୍ତି ୩୬ ଲକ୍ଷ। ଚାଷୀଙ୍କୁ ସହାୟତା ମିଳିବ ପୂର୍ବରୁ ବିଧାନସଭାରେ କୃଷିମନ୍ତ୍ରୀ କହିଥଲେ ରାଜ୍ୟରେ ଚାଷୀଙ୍କ ସଂଖ୍ୟା ୪୬ ଲକ୍ଷ ୬୭ହଜରା।

ପୂର୍ବରୁ ଜୁଲାଇ ୨୬ରେ ସରକାର ଅଧ୍ୟାଦେଶ ଆଣି କଣ୍ଟିଜେନସି ପଣ୍ଡର ଅର୍ଥକୁ ୪୦୦ କୋଟିରୁ ୧୪ ଶହ କୋଟିକୁ ବୃଦ୍ଧି କରିଥିଲେ। ତେବେ ଏହାର କାର୍ଯ୍ୟଅବଧି ସରିଯାଇଥିବାରୁ ପୁଣି ଥରେ ଏହି ଅଧ୍ୟାଦେଶ ଆଣିବେ। ତେବେ ସରକାରଙ୍କ ଏ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ।

ପିସିସି ସଭାପତି କଟାକ୍ଷ କରି କହିଛନ୍ତି ‘ଅଣ୍ଟିରେ ନାହଁ ଧନ ପୁଅ ବାହା ପାଇଁ ମନ’ ପରି ସରକାର ଚାଷୀଙ୍କୁ କାଳିଆ ନାଁରେ ଭୁତେଇବାକୁ ଚେଷ୍ଠା କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଜନା କେବଳ ଭୋଟ ହାତେଇବା ପାଇଁ ସରକାରଙ୍କ ସୁଆଙ୍ଗ ବୋଲି କହିଛନ୍ତି।

କାଳିଆ ଯୋଜନାରୁ  କିଭଳି ରାଜନୈତିକ ଫାଇଦା ମିଳବ ସେଥିପାଇଁ ବି ଗଳାବାଟ ରଖାଯାଇଥିବା ଚର୍ଚ୍ଚା ହେଉଛି। ଚାଷୀଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଯିବା ପାଇଁ ବ୍ୟବସ୍ଥା କରାଯାଇଥିଲେ ବି ପ୍ରଥମ ଦଫାରେ ଶିବିରର ଆୟୋଜନ କରି ଅର୍ଥ ବାଣ୍ଟିବା ପ୍ରସ୍ତାବକୁ ନେଇ ପ୍ରଶ୍ନ ଉଠିଛି।

https://youtu.be/lb6OHcIiu40

Opposition-fires-salvo-after-state-govt-decides-to-use-contigency-funds-for-kalia-scheme-2
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories