ଦାମଙ୍କ ଘୋଟାଲା ବାଣ; ଦୁର୍ନୀତିର ସିବିଅାଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ଚାରା, ସମବାୟ, ଓମ୍‌ଫଡ୍‌ ଏ ସବୁରେ ଯିଏ କୋଟି କୋଟି ଟଙ୍କାର ଘୋଟାଲା ଅଭିଯୋଗ ଅାଣିଲେ ତାଙ୍କୁ ନବୀନ ଦଳରୁ ବହିଷ୍କାର କଲେ। ହେଲେ ଯେଉଁ ନେତା ଓ ପ୍ରଶାସକଙ୍କ ନାଁରେ ଅଭିଯୋଗ ଅାସିଛି, ତାଙ୍କ ବେଳକୁ ମୁଖ୍ୟମନ୍ତ୍ରୀଙ୍କ ଅଜବ ରିଅାକ୍ସନ୍। ଏମିତିକି ଚାରା ଦୁର୍ନୀତି କଥା କୃଷି ମନ୍ତ୍ରୀ ବିଧାନସଭାରେ ମାନିଥିଲେ ବି ମୁଖ୍ୟମନ୍ତ୍ରୀ ନିରବ ରହିଛନ୍ତି। ବିଜେପି କହିଛି, ଏସବୁ ଦୁର୍ନୀତିର ସିବିଅାଇ ତଦନ୍ତ ନହେଲେ ଦଳ ରାସ୍ତାକୁ ଓହ୍ଲାଇବ ଓ ଅାଇନ୍‌ର ଅାଶ୍ରୟ ନେବ।

ଏସବୁ ଭିତରେ ୪୦୦ କୋଟିର ଗୋଖାଦ୍ୟ ଦୁର୍ନୀତି ଅଭିଯୋଗରେ ଲାଲୁ ବି ଜେଲ୍‌ର୍ ଥିବା କଥା ମନେ ପକାଇଦେଇଛି ବିଜେପି। ସେପଟେ ଦାମ ଉଠାଇଥିବା ଦୁର୍ନୀତି ପ୍ରସଙ୍ଗକୁ ଅସ୍ତ୍ରକରି ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ତେବେ ଅଭିଯୋଗର ଜବାବ ରଖି ବିଜେଡି କହିଛି, ଦୁର୍ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶୁଣିଛନ୍ତି ଯାହା ପଦକ୍ଷେପ ନିଆଯିବା କଥା ସରକାର ନେବେ।

ସେପଟେ ଚାରା ଘୋଟାଲା ପ୍ରସଙ୍ଗରେ ପୁଣି ମୁହଁ ଖୋଲି ଅଧିକ ରୋଚକ ତଥ୍ୟ ଦେଇଛନ୍ତି ବରିଷ୍ଠ ବିଧାୟକ ଦାମୋଦର ରାଉତ। ମୟୂରଭଞ୍ଜରେ ମୂଳରୁ ଚାରା ନପୋତା ଯାଇ ୫୯ କୋଟିର ଜୈବିକ ସାର ଓ କୀଟନାଶକ କିଣାଯାଇଥିଲା।

ବିଧାନସଭାରେ କୃଷି ମନ୍ତ୍ରୀ ଉତ୍ତର ରଖିଥିଲେ ଦୁର୍ନୀତି ହୋଇଛି ହେଲେ ଦାମ ଏକଥା ଉଠାଇବାରୁ ମୁଖ୍ୟମନ୍ତ୍ରୀ ଏହାକୁ ହାସ୍ୟାସ୍ପଦ କହିବା କେତେ ଯୁକ୍ତିଯୁକ୍ତ ତାକୁ ନେଇ ବି ଉଠାଇଛନ୍ତି ପ୍ରଶ୍ନ।

ପ୍ରଥମ ଓ ଦ୍ୱିତୀୟ ପାଳିରେ ଦୁର୍ନୀତିର ଛାଇ ଅାସିଲେ ନବୀନ ମନ୍ତ୍ରୀଙ୍କୁ ସିଧା ବିଦା କରୁଥିଲେ, ୨୦୦୦-୨୦୧୨ ମଧ୍ୟରେ ସେ ଏମିତି ୩୫ଜଣଙ୍କୁ ଅାଉଟ୍  କରିଛନ୍ତି। ହେଲେ ତୃତୀୟ, ଖାସ୍ କରି ଚତୁର୍ଥ ପାଳିରେ ଦୁର୍ନୀତିର ପ୍ରମାଣ ମିଳିଲେ ବି ସୁପ୍ରିମୋଙ୍କ ଅପେକ୍ଷାକୃତ ନରମ ମନୋଭାବ ପ୍ରଦର୍ଶନ  ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ

ବିଜୁ ଯୁବ ବାହିନୀ ସଦସ୍ୟ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ

ଭାଙ୍ଗିଲା ରକ୍ଷଣଶୀଳତାର ମଜବୁତ୍ ବାଡ଼; ଝିଅ କାନ୍ଧରେ ମଶାଣି ଗଲେ ବାପା

ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିରୋଧରେ ନକଲି ଭିଡିଓ ଭାଇରାଲ୍

କ୍ରୀଡ଼ାର ପ୍ରାଣ କେନ୍ଦ୍ର କୁହାଯାଉଥିବା ଓଡ଼ିଶାରେ ନାହିଁ କ୍ରୀଡ଼ା ନୀତି

ପ୍ରଶାନ୍ତଙ୍କ ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା

ଧୋକା ଦେଲା ମୌସୁମୀ: ଶ୍ରାବଣ ମାସରେ ବିଲ ଫାଟି ଆଁ

ସାପ ସହ ଷ୍ଟଣ୍ଟ କରିବା ମହଙ୍ଗା ପଡ଼ିଲା

ବିଜେପି ସଦସ୍ୟତା ଅଭିଯାନ: ୧୦ ଲକ୍ଷ ଯୁବକଙ୍କୁ ଦଳରେ ସାମିଲ୍‌ କରିବାକୁ ଲକ୍ଷ୍ୟ

ପାଣି ପାଇଁ ତାତିଲେ ଲୋକେ

ପାଟକୁରା ନିର୍ବାଚନ: ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଦାବି କଲା ବିଜେଡି

ଦୁର୍ବୃତ୍ତ ଝାମ୍ପିନେଲେ ସାଢ଼େ ୬ ଲକ୍ଷ ଟଙ୍କା

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିୟନସିପ୍ ; ଫାଇନାଲରେ ଭାରତୀୟ ପୁରୁଷ ଓ ମହିଳା ଟିମ୍

You might also like