• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ନାବାଳିକା ଦୁଷ୍କର୍ମ ଓ ନିଖୋଜ ପ୍ରସଙ୍ଗକୁ ନେଇ ଆଜି ମଧ୍ୟ ବିଧାନସଭା ହୁଲ୍‌ସ୍ଥୁଲ ହୋଇଛି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଦୁଇ ବିରୋଧୀ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରିବାରୁ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି ।

ଦିନକୁ ଦିନ ନାବାଳିକା ଦୁଷ୍କର୍ମ ଓ ନିଖୋଜ ମାମଲା ବଢ଼ି ଚାଲିଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ। ଗୃହର ମଧ୍ୟଭାଗକୁ ଆସି ହଙ୍ଗାମା କରିଥିଲେ। ହଟ୍ଟଗୋଳ ପରେ ବାଚସ୍ପତି ଗୃହକୁୁ ମୁଲତବୀ ରଖିବାରୁ ବିରୋଧୀ ଦଳ ସମାଲୋଚନା କରିଛନ୍ତି।

ନାବାଳିକା ଦୁଷ୍କର୍ମ ଭଳି ସ୍ପର୍ଶକାତର ଘଟଣାରେ ରାଜ୍ୟ ସରକାରଙ୍କ ପାଖରେ କିଛି ଜବାବ ନଥିବାରୁ ଗୃହ ମୁଲତବୀ କରି ପ୍ରସଙ୍ଗକୁ ଏଡ଼ାଇବା ଲାଗି ଚେଷ୍ଟା କରୁଛନ୍ତି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି । ଗତକାଲି ମଧ୍ୟ ଏହି ପ୍ରସଙ୍ଗକୁ ନେଇ  ବିରୋଧୀ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

Opposition-create-ruckus-in-odisha-assembly-assembly-news
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories