• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ପ୍ରଶ୍ନକାଳ ଅାରମ୍ଭରେ ଚିତ୍ର ଥିଲା ଏମିତି । ବିଜେଡି ବିଧାୟକଙ୍କ କେନ୍ଦ୍ର ବିରୋଧୀ ନାରାରେ କମ୍ପିଥିଲା ବିଧାନସଭା। ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ପାଖକୁ ଅାସି କଣ ମନ୍ତ୍ରଣା କଲେ ବାଚସ୍ପତିଙ୍କ ସଚିବ  ଅାଉ  ତାପରେ ବାଚସ୍ପତିଙ୍କ ପାଖକୁ ଯାଇ ଗୃହକୁ ମୁଲତବୀ କରିବାକୁ ଧିରେ ଧିରେ କହିଲେ।

ତେବେ ସିଧା ପ୍ରସାରଣ ହେଉଥିବାରୁ ସଚିବଙ୍କ କଥା ସମସ୍ତେ ଶୁଣିପାରିଲେ। ବାଚସ୍ପତିଙ୍କ କାନରେ ଗୃହକୁ ୩ ଟା ଯାଏଁ ମୁଲତବୀ କରିବାକୁ ବି କହୁଥିଲେ ସଚିବ। ଅାଉ ଠିକ୍ ଏକଥା ଶୁଣିବା ପରେ ବାଚସ୍ପତି ଅନୁରୂପ ଘୋଷଣା କରିଦେଲେ।

ଏପଟେ ସେହି ସମୟରେ ଗୃହର ମଧ୍ୟଭାଗରୁ ଅାସି ସଚିବାଳୟରେ ସିବିଅାଇ ପଶିବାକୁ ନେଇ ସ୍ପଷ୍ଟୀକରଣ ଚାହୁଁଥିଲେ କଂଗ୍ରେସ ବିଧାୟକ। ଢେଙ୍କାନାଳ ଓ ସିବିଅାଇ ଦୁଇଟି ପ୍ରସଙ୍ଗରେ ଶାସକଦଳ ବ୍ୟାକ୍‌ଫୁଟରେ ଥିବାରୁ ଗୃହକୁ ଏକାଥରରେ ୩ ଟା ଯାଏଁ ମୁଲତବୀ କରିଦେଲେ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ।

ବିଜେପି କହିଛି ସରକାରୀ ଦଳ ହାତରେ ବାଚସ୍ପତି ସଖୀ କଣ୍ଡେଇ ସାଜିଛନ୍ତି। କଂଗ୍ରେସ କହିଛି ବାଚସ୍ପତି ନିଦାବିଷ୍ଣୁ ସାଜି ଅାଖିରେ ଅନ୍ଧପୁଟୁଳି ବାନ୍ଧି ଶାସକ ଦଳ କଥାରେ ଗୃହ ପରିଚାଳନା କରୁଛନ୍ତି।

ଅପରାହ୍ନ ଅଧିବେଶନରେ ପୁଣି ସଚିବାଳୟରେ ସିବିଅାଇ ଓ ଢେଙ୍କାନାଳ ଗଛକଟା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେହିପରି ଗଛକଟା ଓ କେନ୍ଦ୍ରାପଡ଼ାରେ ବିଜୁ ଯୁବ ବାହିନିର ଗୁଣ୍ଡା ଗର୍ଦି ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ବିରୋଧି ଦଳ ନେତା। ଏହା ପରେ ଶାସକ ଦଳ ମୁଖ୍ୟ ସଚେତକ କେନ୍ଦ୍ର ଅବହେଳା କଥା କହିବା ବେଳେ ଗୃହ ମଧ୍ୟ ଭାଗକୁ ଅାସି ପୁଣି ହୋ ହା  ହ୍ଲା କରିଥିଲେ କଂଗ୍ରେସ ବିଧାୟକ।

ହୋ ହାଲ୍ଲା ଭିତରେ ପ୍ରଶ୍ନ କାଳ ଚାଲିଥିଲା ମାତ୍ର ୪ ମିନିଟ। ଯଦିଓ ଶାସକ ଦଳ ନିଜ ଅାସନରେ ଠିଅା ହୋଇ ପ୍ରତିବାଦ କରୁଥିଲେ ଓ କଂଗ୍ରେସ ଗୃହ ଭିତରେ, ତଥାପି  ହଙ୍ଗାମା ଓ ବିଶୃଙ୍ଖଳା ନିୟନ୍ତ୍ରଣ ବାହାରକୁ ଯାଇ ନଥିଲା। ତେଣୁ ବିରୋଧୀଙ୍କ ଯୁକ୍ତି, ବାଚସ୍ପତି ଚାହିଁଥିଲେ ଗୃହକୁ ଅଳ୍ପ ସମୟ ପାଇଁ ମୁଲତବୀ କରି ପରେ ମୁଲତବୀ ପ୍ରସ୍ତାବ ଉପରେ ଅାଲୋଚନା ପାଇଁ ସୁଯୋଗ ସୃଷ୍ଟି କରି ପାରିଥାନ୍ତେ। ଯାହା ନହେବାରୁ ବିଧାନସଭାର ଅାଉ ଗୋଟିଏ ଦିନ ଧୋଇଗଲା।

Opposite-partys-target-speaker-for-house-management
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories