ଭିଜିଲାନ୍ସ ଜାଲରେ ଓପେପା ଅାକାଉଣ୍ଟ ଅଫିସର

ଅାୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଓପେପା ଅଫିସର। ଓପେପାର ଅାକାଉଣ୍ଟ ଅଫିସର ନଳିନୀ ପୃଷ୍ଟି ଅାୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ଟିମ୍‌ ରେଡ୍ କରିଥିଲା। ଭୁବନେଶ୍ୱର, ପୁରୀ, ଛତ୍ରପୁର ଓ କେନ୍ଦ୍ରପଡ଼ା ଅାଦି ୯ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍‌ସ।

ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ଏକ ଦାମୀ ଫ୍ଲାଟ, ଶୌଳଶ୍ରୀବିହାର ସ୍ଥିତ ଘର,  ପୁରୀ ସମେତ, ତାଙ୍କ ଦପ୍ତରରେ ମଧ୍ୟ ଭିଜିଲାନ୍ସ ଛାନ୍‌ଭିନ୍‌ କରିଛି। ଭିଜାଲାନ୍ସ ଟିମ୍‌ ନଳିନୀଙ୍କ ଘରୁ ଓ ତାଙ୍କ ଦପ୍ତରରୁ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ହାସଲ କରିଛି।

କୋଟି କୋଟି ଟଙ୍କାର ଜମା ଟଙ୍କା ସହ ଜମି, ନଗଦ ଟଙ୍କା , ସୁନା ଅାଦି ଜବତ କରିଛି। ତେବେ ନଳିନୀଙ୍କ କହିବା କଥା ତାଙ୍କ ବିରୁଦ୍ଧରେ ଏହା ଏକ ଚକ୍ରାନ୍ତ। ତେବେ ନଳିନୀଙ୍କ ସ୍ୱାମୀ ଜଣେ ତହସିଲଦାର ଥିବା ଜଣାପଡିଛି।

You might also like