• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ହେବ ସ୍ଥାୟୀ ମୁକ୍ତାକାଶ ସ୍କଲ୍‌ପଚର୍‌ ପାର୍କ। ଭୁବନେଶ୍ୱର ଡେଭଲ୍‌ପମେଣ୍ଟ୍‌ ଅଥରିଟି ଓ ଆନପିକ୍‌ ବା ଆଟିଷ୍ଟ ନେଟ୍‌ଓ୍ୱାର୍କ ପ୍ରମୋଟିଂ ଇଣ୍ଡିଆନ୍‌ କଲ୍‌ଚର୍‌ର ମିଳିତ ସହଯୋଗରେ କଳିଙ୍ଗନଗରଠାରେ ଏହି ପାର୍କ ନିର୍ମାଣ କରାଯାଉଛି।

ଆସନ୍ତା ୨୦ ତାରିଖରେ ଏହି ପାର୍କର ଉଦ୍‌ଘାଟନ କରାଯିବ।

ରିଡିୟୁସ୍, ରିୟୁଜ୍ ଏବଂ ରିସାଇକଲ୍ ଏବଂ ଏଭଳି ଥିମ୍‌କୁ ନେଇ ଏହି ଏହି ସଂଗ୍ରହାଳୟ ବା ପାର୍କ ନିର୍ମାଣ କରାଉଛି।

ହେଲେ ଏହି ପାର୍କରେ ଘାସ ଗାଲିଚା କି ଅନ୍ୟ ପାର୍କ ଭଳି ସୁବିଧା ନାହିଁ। କିନ୍ତୁ ଏଠାରେ ଆପଣଙ୍କୁ ବର୍ଯ୍ୟବସ୍ତୁ ଆଧାରିତ ମୁକ୍ତାକାଶ ସାର୍ବଜନୀନ ମୁର୍ତ୍ତିକଳାର ରୂପରେଖ ଦେଖିବାକୁ ମିଳିବ।।

ଭଙ୍ଗା ଦଦରା ଷ୍ଟିଲ୍, ରଡ୍, ଆଲୁମିନିୟମ୍, ସାଇକେଲ୍, ଟିଣ, ଚାବି ରିଂ, କଡ଼େଇ, ଦସ୍ତା ଭଳି ସାମଗ୍ରୀକୁ ନେଇ  ସ୍କଲ୍‌ପଚର୍‌ ପାର୍କ ତିଆରି କରାଯାଉଛି।

ବିଡିଏ ଓ ଆନପିକ ସଂସ୍ଥାର ମିଳିତ ସହଯୋଗରେ ପ୍ରାୟ ୫ ଏକର ଜାଗାରେ ପାର୍କର ନିର୍ମାଣ କରାଯାଉଛି।

୨୧ ଜଣ ଜାତୀୟ ଓ ଅନ୍ତର୍ଜାତୀୟ ଆର୍ଟିଷ୍ଟ ଓ ସେମାନଙ୍କ ସହଯୋଗୀ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ବର୍ଯ୍ୟବସ୍ତୁର ବ୍ୟବହାର ଲାଗି ଦେଖା ଦେଇଥିବା ବିଭିନ୍ନ ସମସ୍ୟାକୁ ନେଇ ଚିତ୍ରଣ କରୁଛନ୍ତି।

ଜୈବ ବିବିଧତା ଏବଂ ପରିବେଶର ସାମାଜିକ ପରିବର୍ତ୍ତନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଏହି ପାର୍କ ନିର୍ମାଣ କରାଯାଉଛି।

Open-air-museum-in-bhubaneswar-to-have-scrap-sculptures
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories