ଭଦ୍ରକ: ୪୮ ଘଣ୍ଟା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର OPD ସେବା ବନ୍ଦ। ଗତକାଲି ରାତି ୮ଟାରୁ ଓପିଡି ସେବା ବନ୍ଦ ରହିଛି। ଏହା ଆସନ୍ତାକାଲି ରାତି ୮ଟା ପର୍ଯ୍ୟନ୍ତ ଜାରି ରହିବ।
ମେଡିକାଲ୍ରେ ଜଣେ ଡାକ୍ତର କରୋନା ପଜିଟିଭ ଚି଼ହ୍ନଟ ପରେ ମେଡିକାଲ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଓପିଡିରେ ସେବା ପାଉଥିବା ରୋଗୀମାନଙ୍କୁ ଆଶୁ ବିଭାଗ ଓ ସର୍ଜରୀ ବିଭାଗରେ ଦେଖାଯିବାର ବ୍ୟବସ୍ଥା ହୋଇଥିବା ସିଡିଏମ୍ଓ ସୂଚନା ଦେଇଛନ୍ତି।
ପ୍ରଶାସନ ପକ୍ଷରୁ ଓପିଡିକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯିବା ପରେ ପୂର୍ବପରି ରୋଗୀ ମାନଙ୍କୁ ସେବା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।