• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ରାଜ୍ୟରେ ହୋଇଥିବା ଜମି ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ୨୦ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ଅଭିଯୋଗ ଘଟଣାକୁ ଚାପିଦେବାକୁ ବସିଛନ୍ତି ରାଜ୍ୟ ସରକାର। ଜମି ଦୁର୍ନୀତି ନେଇ ବିଜେଡି ବିରୋଧରେ ଏଭଳି ଅନେକ ଅଭିଯୋଗ ରହିଛି। ଯଦି ଏହା ସତ ହୋଇଥାଏ, ତାହେଲେ ସରକାର ଦୁର୍ନୀତିର ଗନ୍ତାଘର ବୋଲି କୁହାଯିବ। ତା’ସହ ଏଭଳି ଦୁର୍ନୀତି ଅଭିଯୋଗ ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର ବୋଲି ନିରଞ୍ଜନ କହିଛନ୍ତି।

ନବୀନ ସରକାର ଅମଳରେ ପାଞ୍ଚ ପାଞ୍ଚଟି ମେଗା ଜମି ଦୁର୍ନୀତି ନେଇ ଗତକାଲି ଅଭିଯୋଗ ଆଣିଥିଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ। ତଥ୍ୟ ଭିତ୍ତିକ ପ୍ରମାଣ ସହ ସଂଗୀନ ଅଭିଯୋଗ ଆଣିଥିଲେ ପ୍ରଦୀପ।

ସେ କହିଥିଲେ-ଟ୍ୱିନ-ସିଟିରେ ଇଚ୍ଛାଧୀନ କୋଟାରେ ଘର ଓ ପ୍ଳଟ୍ ସ୍କାମରୁ ଗୋଟିଏ ବି ଜମି ସରକାରୀ ଖାତାକୁ ଫେରିନି। ପ୍ରାୟ ୨୦ ହଜାର କୋଟିର ଜମି ଦୁର୍ନୀତିକୁ ଚାପି ଦେଇଛନ୍ତି ସରକାର। ତେବେ ଏ ସମସ୍ତ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍, ଶାସକଦଳର ପ୍ରତିକ୍ରିୟା ମିଳି ପାରିନାହିଁ।

Opcc-president-niranjan-patnaik-demands-impartialcourt-monitored-probe-into-the-rs-20000-crore-land-scam-allegations-brought-against-the-odisha-govt
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories