• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ମାସ୍କ କିଣା ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍ କରିଛି। ମାସ୍କ କିଣାରେ ମହାଦୁର୍ନୀତି ହୋଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ତାମିଲନାଡୁର ଗୋଟିଏ ସଂସ୍ଥାରୁ ୧୬ ଟଙ୍କା ଦାମ୍‌ରେ ୩୦ ଲକ୍ଷ ମାସ୍କ ଆସିଛି। ହେଲେ ଅନ୍ୟ ରାଜ୍ୟମାନେ ଏହାକୁ ୧.୩୪ ଟଙ୍କାରୁ ୮.୪୭ ଟଙ୍କାରେ କିଣିଛନ୍ତି। ସରକାରୀ ସଂସ୍ଥାରୁ ସାମଗ୍ରୀ କିଣାର ନିୟମ ରହିଛି, ମାତ୍ର ତାହା ହୋଇ ନଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି।

ତେବେ ଏହି କେଳେଙ୍କାରୀରେ ବିଭାଗୀୟ ମନ୍ତ୍ରୀଙ୍କ ଟାର୍ଗେଟ୍ କରି ନିରଞ୍ଜନ କହିଛନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରୀ କହୁଛନ୍ତି, ଭାରତ ସରକାର କିଣା ଦାମ ଧାର୍ଯ୍ୟ କରିଥିଲେ। ପୁଣି ମନ୍ତ୍ରୀ କହୁଛନ୍ତି ଅଫିସରଙ୍କୁ ପଚାର, ଜାଣିବା ଉଚିତ ସେ ନିଜେ ଉତ୍ତରଦାୟୀ।

ଏଥିସହିତ RT-PCR ମେସିନ ଦାମ ୪ରୁ ୫ ଲକ୍ଷ। ମାତ୍ର କିଣାଯାଇଛି ୧୨.୮୪ ଲକ୍ଷରେ। କୋଭିଡ୍ ମେସିନ ପାଇଁ ଗୋଟିଏ କମ୍ପାନୀକୁ ୧୨ କୋଟି ଅଗ୍ରୀମ ଦେଇଛନ୍ତି। PPE ମଧ୍ୟ ବହୁ ଅଧିକ ଦାମରେ କିଣା ହୋଇଛି ବୋଲି ନିରଞ୍ଜନ କହିଛନ୍ତି। ଏକା ସମ୍ବାଦିକ ସମ୍ମିଳନୀରେ ନିରଞ୍ଜନ କହିଛନ୍ତି, PPE ବ୍ୟବହାର ପାଇଁ ଦେବା ପୂର୍ବରୁ ଟେଷ୍ଟ କରିବା କଥା କିନ୍ତୁ କରାଯାଉନି। ତେବେ ଏନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

https://youtu.be/QJeNbTaTcng

Opcc-chief-niranjan-patnaik-slams-odisha-govt-over-alleged-covid-kit-corruption
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories