ନିରଞ୍ଜନ ପଟ୍ଟନାୟକଙ୍କୁ ଫାଇନ୍‌

ଭୁବନେଶ୍ୱର: କରୋନା ବେଳେ ସାମାଜିକ ଦୂରତା କଟକଣା ଉଲ୍ଲଘଂନ କରି ବିକ୍ଷୋଭ କରିବା ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ୫ ଶହ ଟଙ୍କା ଫାଇନ୍ ପଡ଼ିଛି।

ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକରେ କଂଗ୍ରେସ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସାମାଜିକ ଦୂରତା ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଥିଲା। ଯାହା ପରେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ନିରଞ୍ଜନଙ୍କ ନାଁରେ ୫ ଶହ ଟଙ୍କା ଜରିମାନା କଟିଛି।

ନିରଞ୍ଜନଙ୍କ ବ୍ୟତୀତ ଅଲ୍ ଇଣ୍ଡିଆ ଫର୍‌ୱାର୍ଡ ବ୍ଲକର ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଆପ୍‌ ପାର୍ଟିର ନିଶିକାନ୍ତ ମହାପାତ୍ର, ସିପିଆଇଏମ୍ ପାର୍ଟିର ଅଳିକିଶୋର ପଟ୍ଟନାୟକ, ସିପିଆଇ ପାର୍ଟିର ଆଶିଷ କାନୁନ୍‌ଗୋ ଏବଂ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନାଁରେ ୫ ଶହ ଟଙ୍କା ଚାଲାଣ କଟିଛି।

ମହାମାରୀ କରୋନା ସମୟରେ ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତାକୁ ନେଇ କଂଗ୍ରେସ ସମେତ ରାଜ୍ୟର ୧୩ଟି ରାଜନୈତିକ ଦଳ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

 

You might also like