ଠକେଇ ମାମଲାରେ ନିରଞ୍ଜନ ପଟ୍ଟନାୟକଙ୍କୁ ନୋଟିସ୍‌ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦିଲ୍ଲୀ ପୁଲିସ୍‌ର ନୋଟିସ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି।

ରାହୁଲ ଗାନ୍ଧି ଓ ଓଡ଼ିଶା ପିସିସି ସଭାପତିଙ୍କୁ ଏହାର ଜବାବ ଦେବାକୁ ପଡିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ସେ କହିଛନ୍ତି, ’୩୦ କୋଟି ଟଙ୍କାରୁ ଅଧିକ ଠକେଇ ମାମଲାରେ ଗୋଟିଏ ବେନାମୀ କମ୍ପାନୀ ମାଧ୍ୟମରେ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ଓ ତାଙ୍କ ପରିବାରର ଲୋକମାନେ ଠକେଇ ଅଭିଯୋଗ ତାଙ୍କ ନାଁରେ ଆସିଛି। ଏଥିରେ ରାହୁଲ ଗାନ୍ଧି ଓଡ଼ିଶାର ଲୋକମାନଙ୍କୁ ଜବାବ ଦେବାର ଆବଶ୍ୟକତା ଅଛି’।

ଏକ ଠକେଇ ମାମଲାରେ ଜେରା ପାଇଁ ନିରଞ୍ଜନ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ନୋଟିସ୍ ଜାରି କରିଛି। ନିରଞ୍ଜନଙ୍କୁ ୫ ଦିନ ଓ ତାଙ୍କ ପୁଅ ନବଜ୍ୟୋତିଙ୍କୁ ୭ ଦିନ ଭିତରେ ନୋଟିସର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

You might also like