ଭୁବନେଶ୍ଵର: କୋଭିଡ୍ ଟିକା ଆସିବା ପରେ କରୋନା ଚାଲିଗଲା ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଥିଲା, ତାହାକୁ ଭୁଲ ପ୍ରମାଣିତ କରିଦେଲା ମହାମାରୀର ଦ୍ୱିତୀୟ ଲହର । କରୋନା ଟିକା ଯଦି ସଂଜିବନୀ ହୁଏ, ତେବେ କରୋନାରୁ ବର୍ତ୍ତିବା ପାଇଁ ମାସ୍କ ହିଁ ଏକମାତ୍ର ରକ୍ଷା କବଚ । ଏହା ଉପରେ ଗବେଷଣା କରୁଥିବା ବହୁ ବୈଜ୍ଞାନିକଙ୍କ ମତ ପରେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
କରୋନାର ଦ୍ୱିତୀୟ ଲହର କବଳରୁ ମୁକ୍ତି ପାଇବାକୁ ହେଲେ କେବଳ ଟିକା ନୁହେଁ ମାସ୍କ ବି ଜରୁରୀ ମାାସ୍କ ଉପରେ ଗୁରୁତ୍ୱ ଦେଇ ଏକଥା କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ଭେଙ୍କଟ ରାଓ। ଏବେ ପ୍ରଥମ ଡୋଜ୍ ନେଲେ, ମାସକ ପରେ ୨ୟ ଡୋଜ୍ ଟିକା ନେବେ ୨ୟ ଡୋଜ୍ ନେବାର ମାସକ ପରେ ହିଁ ଦେହରେ ଆଣ୍ଟିବଡ଼ି ତିଆରି ହୁଏ। ଲୋକେ ଯେଉଁ ଭାବୁଛନ୍ତି ଯେ ଟିକା ନେଲେ ୨ୟ ଲହରରୁ ବର୍ତ୍ତିବେ ଏହା ଭୁଲ୍ ବୋଲି ସେ ଦୋହରାଇଛନ୍ତି।
ଟିକା ନେଲେ ସେମାନେ ୩ୟ ବା ଚତୁର୍ଥ ଲହରରୁ ବର୍ତ୍ତି ଯାଇପାରନ୍ତି ବୋଲି ସେ କହିଛନ୍ତି। ଏହା ସହ ଯଦି ଭୂତାଣୁ ଆଉ ମ୍ୟୁଟାଣ୍ଟ ନହୁଏ, ତେବେ ହୁଏତ ଟିକା ରକ୍ଷା କରିପାରେ। ଲୋକଙ୍କୁ ଟିକା ନୁହେଁ, କେବଳ ମାସ୍କ ଓ ସାମାଜିକ ଦୂରତ୍ୱ ହିଁ ବଞ୍ଚାଇବ, ବାହାରକୁ ଆସିଲେ ଆଦୌ ମାସ୍କ ଖୋଲନ୍ତୁ ନାହିଁ ବୋଲି ଡାକ୍ତର ରାଓ ପରାମର୍ଶ ଦେଇଛନ୍ତି।