ହାଇକୋର୍ଟରେ କେବଳ ଜରୁରୀ ମାମଲାର ଶୁଣାଣି କରାଯିବ

ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ସତର୍କତାମୂଳକ ପଦକ୍ଷେପ। ହାଇକୋର୍ଟରେ କେବଳ ଜରୁରୀ ମାମଲା ଶୁଣାଣି କରାଯିବ ବୋଲି ଜୁଡିସିଆଲ ରେଜଷ୍ଟ୍ରାରଙ୍କ ପକ୍ଷରୁ ସର୍କୁଲାର ଜାରି ହୋଇଛି । ଏହି ସର୍କୁଲାର ଅନୁସାରେ, ଆଜିଠାରୁ କେବଳ ଜରୁରୀ ମାମଲାର ଶୁଣାଣି ଛଡ଼ା ଅନ୍ୟ କୌଣସି ମାମଲାର ଶୁଣାଣି କରାଯିବ ନାହିଁ ।

ସେତେ ଗୁରୁତ୍ୱ ନ ଥିବା ମାମଲାର ଶୁଣାଣି ନ କରିବାକୁ ପରାମର୍ଶ। ଦିଆଯାଇଛି । ଶୁଣାଣି ପାଇଁ ଆସୁଥିବା ଅନ୍ୟ ମାମଲା ବର୍ତ୍ତମାନ ପାଇଁ ରୁଟିନ୍ ଭୁକ୍ତ ନ ହେଉ ଏବଂ ବେଶି ଗୁରୁତ୍ୱ ରଖୁଥିବା ମାମଲା ସମ୍ପର୍କରେ ଡେପୁଟି ରେଜିଷ୍ଟ୍ରାରଙ୍କୁ ଜଣାଇବେ। ସେହିଭଳି କୋର୍ଟ ପରିସରରେ ଭିଡ଼ ଏଡ଼ାଇବାକୁ ଭିଜିଟର୍ସ ପାସ୍ ନଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ସେହିଭଳି କରୋନା ସତର୍କତା ନେଇ ତଳକୋର୍ଟମାନଙ୍କୁ ମଧ୍ୟ ପରାମର୍ଶ ଦେଇ ସର୍କୁଲାର ଜାରି କରିଛନ୍ତି । ହାଇକୋର୍ଟ କୋର୍ଟ ପରିସରରେ ଭିଡ଼ ଏଡ଼ାଇବାକୁ ସାଧାରଣ ଲୋକଙ୍କୁ ପ୍ରବେଶ ବାରଣ କରିବା ସହ ଅଭିଯୁକ୍ତଙ୍କୁ ହାଜର ନକରି ଭିଡିଓ କନଫରେନ୍ସିଂରେ ଶୁଣାଣି ପାଇଁ ପରାମର୍ଶ ଦେଇଛନ୍ତି।

ଯଥା ସମ୍ଭବ ମୁହାଁମୁହିଁ ଯୁକ୍ତି ଉପସ୍ଥାପନକୁ ଦୂରେଇବାକୁ ପରାମର୍ଶ ଦିଆଯାଇଛି । କାଶ, ଛିଙ୍କ ହେଉଥିବା କୋର୍ଟ କର୍ମଚାରୀଙ୍କୁ ଡାକ୍ତରୀ ପରାମର୍ଶ ନିର୍ଦ୍ଦେଶ ଦିଆଯିବା ସହ କୋର୍ଟ ରୁମ୍‌କୁ ନିୟମିତ ସାନିଟାଇଜ କରିବାକୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ।

ସେହିପରି ହାଇକୋର୍ଟରେ କରୋନା ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଛି। ମହାମାରୀ କରୋନା ମୁକାବିଲା ନେଇ ସରକାର ଓ ବିଭିନ୍ନ ପକ୍ଷ କି ପଦକ୍ଷେପ ନେଇଛନ୍ତି ତାହା ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର, ଭୁବନେଶ୍ୱର ଏମ୍‌ସ ସମେତ ୧୦ଟି ପକ୍ଷରୁ ନୋଟିସ୍ ଜାରି ହୋଇଛି । ମାସ୍କ, ସାନିଟାଇଜର ଯୋଗାଣ ଓ ନିୟନ୍ତ୍ରଣ ଓ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ଏବଂ ପରୀକ୍ଷା ହେଉଛି କି ନାହିଁ ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ରେ କରାଯିବ। ଆଇନଜୀବୀ ବିଜୟ କୁମାର ରଗ଼ଡ଼ଙ୍କ ପକ୍ଷରୁ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

You might also like