ଝାରସୁଗୁଡ଼ାରୁ ବିମାନ ଉଡ଼ାଣ ପାଇଁ ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ

ଝାରସୁଗୁଡ଼ା: ଉଡାନ୍-୩ ଯୋଜନା ଅନ୍ତର୍ଗତ ଝାରସୁଗୁଡ଼ା ବିମାନ ବନ୍ଦରରୁ ୩ଟି ସ୍ଥାନକୁ ଯିବା ଆସିବା କରିବ ସ୍ପାଇସ ଜେଟ୍। ମାର୍ଚ୍ଚ ୩୧ରୁ ଏହି ବିମାନ ସେବା ଆରମ୍ଭ ହେବ। ଏହି ୬ଟି ଉଡ଼ାଣ ପାଇଁ ଆଜିଠାରୁ ଟିକେଟ୍‌ ବିକ୍ରି ଅନ୍‌ଲାଇନରେ ଆରମ୍ଭ ହୋଇଛି। ଝାରସୁଗୁଡ଼ାରୁ ଦିଲ୍ଲୀ, ହାଇଦ୍ରାବାଦ ଏବଂ କୋଲକାତାକୁ ଉଡ଼ାଣ ଭରିବ ସ୍ପାଇସ ଜେଟ୍‌।

ଚେୟାରମ୍ୟାନ ଅଜୟ ସିଂହ ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତି ଥିଲେ।

ଏହି ଅବସରରେ ଅନ୍ୟ ଏୟାର ଲାଇନ୍ସ ଝାରସୁଗୁଡାରୁ ମୁମ୍ବାଇ, ରାୟପୁର ଏବଂ ଭୁବନେଶ୍ୱରକୁ ମଧ୍ୟ ଉଡ଼ାଣ ପାଇଁ ଯୋଜନା କରୁଥିବା ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି। ଜୟପୁର, ଉତ୍କେଲା ଓ ରାଉରକେଲା ଏୟାର ଷ୍ଟ୍ରିପକୁ ଶୀଘ୍ର ବିମାନ ବନ୍ଦରରେ ପରିଣତ କରାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

You might also like