ଘରୋଇ କ୍ଲିନିକ୍ ଲାଗି ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଥିବା ଘରୋଇ କ୍ଲିନିକ୍ ଲାଗି ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି।ଏହାଦ୍ୱାରା ପ୍ରାୟ ୧୮ ଶହ ଘରୋଇ କ୍ଳିନିକ୍  ଉପକୃତ ହେବେ।

ରାଜ୍ୟରେ କ୍ଲିନିକାଲ୍‌ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ୍‌ ୧୯୯୦ ମସିହାରେ ଆରମ୍ଭ ହୋଇ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୮୦୦ଟି କ୍ଲିନିକାଲ୍‌ ଏଷ୍ଟାବ୍ଲିସମେଣ୍ଟକୁ ପଞ୍ଜୀକୃତ କରାଯାଇଛି।

ଅନଲାଇନ୍ ବ୍ୟବସ୍ଥା ଦ୍ୱାରା ନୂଆ ପଞ୍ଜୀକରଣ, ନବୀକରଣ ଏବଂ ଫାୟାର ସେଫ୍ଟି ସାର୍ଟିଫିକେଟ୍ ପାଇବାରେ ସୁବିଧା ହେବ। ୩୦ ଶଯ୍ୟାରୁ କମ୍‌, ଆଇସିୟୁ ନ ଥିବା, ୩ ମହଲାରୁ କମ୍‌ ଏବଂ ୧୨ ମିଟର ଉଚ୍ଚତା ମଧ୍ୟରେ ଥିବା ଘରୋଇ କ୍ଲିନିକ୍ ସତ୍ୟପାଠ ଦେଇ ପଞ୍ଜୀକରଣ କରିପାରିବେ।

୯୦ ଦିନ ଭିତରେ ପଞ୍ଜୀକରଣ କାର୍ଯ୍ୟ ଶେଷ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି।

You might also like