ଅକ୍ଟୋବର ୧ରୁ ଅନ୍‌ଲାଇନ୍ ପଲ୍ୟୁସନ୍ ଟେଷ୍ଟିଂ ସାର୍ଟିଫିକେଟ୍ ବାଧ୍ୟତାମୂଳକ

ଭୁବନେଶ୍ୱର: ଅକ୍ଟୋବର ୧ ତାରିଖରୁ ସବୁ ଗାଡ଼ି ପାଇଁ ଅନ୍‌ଲାଇନ୍ ପଲ୍ୟୁସନ୍ ଟେଷ୍ଟିଂ ସାର୍ଟିଫିକେଟ୍‌ ବାଧ୍ୟତାମୂଳକ। ଏହି ସାର୍ଟିଫିକେଟ୍ ‘VAHAN’ରେ ଅପ୍‌ଲୋଡ୍‌ ହୋଇଥିବା ଆବଶ୍ୟକ। ସେହିପରି କୌଣସି ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଅକ୍ଟୋବର ପହିଲାରୁ ମାନୁଆଲ୍ ସାର୍ଟିଫିକେଟ୍ ଜାରି କରିପାରିବେ ନାହିଁ। ତେବେ ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ଜାରି କରାଯାଇଥିବା ମାନୁଆଲ୍ ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ୍‌ (ପିୟୁସି) ସାର୍ଟିଫିକେଟ୍‌ଗୁଡ଼ିକୁ ଗ୍ରହଣ କରାଯିବା। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଗାଡ଼ି ମାଲିକମାନେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଡିସେମ୍ବର ପହିଲା ପର୍ଯ୍ୟନ୍ତ ଛାଡ଼ ପାଇବେ। ଲୋକମାନେ mParivan APPରେ ସେମାନଙ୍କ ଅନ୍‌ଲାଇନ୍ ସାର୍ଟିଫିକେଟ୍ ଦେଖାଇବାର ସୁବିଧା ରହିବ। ସେମାନେ ହାର୍ଡକପି ଧରି ସବୁବେଳେ ବୁଲିବାର ଆବଶକତା ନାହିଁ।

ପରିବହନ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍‌ରେ ଦୁଇ ଓ ତିନି ଚକିଆ ଯାନର ପଲ୍ୟୁସନ୍ ଟେଷ୍ଟିଂ ପାଇଁ ୬୦ ଟଙ୍କା ଓ ହାଲୁକା ୪ ଚକିଆ ଯାନ ପାଇଁ ଶହେ ଟଙ୍କା ଏବଂ ମଧ୍ୟମ ଓ ଭାରି ଯାନ ପାଇଁ ୧୫୦ ଟଙ୍କା ଫି’ ଧାର୍ଯ୍ୟ କରାଯାଇଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like