ମଦ ପାଇଁ ଡ଼ହଳବିକଳ, ବୋହିନେଲେ ପେଟି ପେଟି ମଦ

ଭୁବନେଶ୍ୱର: ସରକାରଙ୍କ ନାକତଳେ ନିୟମକୁ ଫୁ ଅନଲାଇନରେ ମଦ ବିକ୍ରି ହେବ ବୋଲି ସରକାର କରିଥିବା ନିୟମକୁ ଆଜି ସକାଳୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ। ମଦ ଦୋକାନୀ ଦୋକାନ ଖୋଲି ଅଫଲାଇନରେ ମଦ ବିକ୍ରି ହେବା ମାତ୍ରେ ସାମାଜିକ ଦୂରତାର ଧଜିଆ ଉଡାଇ ପୋଲିସ ଉପସ୍ଥିତିରେ ପେଟି ପେଟି ମଦ ବୋହି ନେଇଗଲେ ଗ୍ରାହକ।

ସକାଳ ୭ଟା  ରାଜଧାନୀରେ ମଦ ଦୋକାନ ଖୋଲୁ ଖୋଲୁ ଲାଗିଗଲା ଗ୍ରାହକଙ୍କ ଗହଳି। ଦୁଇ ମାସ ପରେ ଦୋକାନ ଖୋଲିଥିବାରୁ ଆଗତୁରିଆ ହୋଇ କିଏ କିଏ ତ ପୁରା ପେଟି ପେଟି କିଣି ନେଇଗଲେ। ଭୁବନେଶ୍ୱର ବାପୁଜୀନଗର ଓ ବୁଦ୍ଧନଗର ବିଦେଶୀ ମଦ ଦୋକାନ ଆଗରେ ନିୟମର ଧଜିଆ ଉଡେଇ ଚାଲିଲା ବେଧଡକ ମଦ ବିକ୍ରି।

ଆଧାର କାର୍ଡ ଧରି ଦୋକାନ ଆଗରେ ଲମ୍ବା ଲାଇନ ଲଗାଇଲେ ଗ୍ରାହକ। ଖବର ପାଇ ପୋଲିସ ଆସିଲା, ହେଲେ ଭିଡ଼ ଦେଖି ନ ଦେଖିଲା ପରି ରହିଲା। ସାମାଜିକ ଦୂରତ୍ୱ ନିୟମ ବି ମାଟିରେ ମିଶିଲା।

ତେବେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସକ୍ରିୟ ହେଲା ପୋଲିସ ଓ ଅବକାରୀ ବିଭାଗ। କାଉଣ୍ଟର ଆଗରୁ ଗହଳି ହଟାଇବାକୁ ଦୋକାନରୁ ଦୋକାନ ଚକ୍କର କାଟିଲା ପୋଲିସ। ଗହଳି କରୁଥିବା ଲୋକଙ୍କୁ ଦୋକାନ ଆଗରୁ ଘଉଡ଼ାଇଲା, ଗାଡି ସିଜ୍ କଲା। ପରେ ମଦ ବ୍ୟବସାୟୀ ସଂଘ ସହ ବୈଠକ ବି କଲା ପୋଲିସ୍।

ବୈଠକ ପରେ ବ୍ୟବସାୟୀ ସଂଘ କହିଲା, ଦୋକାନ ନୁହେଁ ଅନଲାଇନରେ ହିଁ ମଦ ବିକ୍ରି ହେବ କିନ୍ତୁ ଆମକୁ ସୁରକ୍ଷା ଦରକାର। କଟକରେ ବି ଅନୁରୂପ ବୈଠକ ହେଲା ହେଲେ ବ୍ୟବସାୟୀ ସଂଘ କିନ୍ତୁ ସ୍ବିଗି ଓ ଜମାଟୋ ଦ୍ୱାରା ହୋମ ଡେଲିଭରୀ ବ୍ୟବସ୍ଥାକୁ ବିରୋଧ କଲେ ଶେଷରେ ଦୋକାନ ଆଗରେ ଲାଗିଥିବା ମୋବାଇଲ ନମ୍ବରରେ ବୁକିଂ ହେବା ପରେ ନିଜ ଡେଲିଭରୀ ବୟଙ୍କ ମାଧ୍ୟମରେ ଗ୍ରାହକଙ୍କ ଘରେ ପହଞ୍ଚିଲା ମଦ।

ଅନଲାଇନରେ ମଦ ବିକ୍ରି ପାଇଁ ୧୦୭୮ ଅଫସପ୍ ଓ ୪୭୧ ଅନସପ୍ ତାଲିକା ଜାରି କରିଛି ରାଜ୍ୟ ମଦ ନିଗମ ହେଲେ ଏଥିରେ ଜଣେ ଜଣେ ଲୋକଙ୍କ ନାଁ ଓ ମୋବାଇଲ ନମ୍ବରରେ ଏକାଧିକ ମଦ ଦୋକାନର ତାଲିକା ରହିଛି କିଛି ଜଣ ତ ନିଜ ନାଁରେ ୪ ଓ  ୬ଟି ମଦ ଦୋକାନ ଥିବାର ହିସାବ ଦେଇଛନ୍ତି।

ତେବେ ଅନଲାଇନରେ ମଦ ଦୋକାନ ଆରମ୍ଭ ହୋଇଥିଲେ ବି କିଛି ସ୍ଥାନରେ ଏବେ ବି ବେଧଡ଼କ ଭାବେ ଚାଲିଛି ଚୋରା ମଦ କାରବାର  ରାୟଗଡା ସହରରେ  ଅବକାରୀ ବିଭାଗ ଚଢାଉ କରି ଗୋଟିଏ ଗୋଦାମରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି।

You might also like