ଲକଡାଉନ୍ ପାଇଁ ବଢ଼ୁଛି ଅନଲାଇନ୍ କାରବାର, ଫାଇଦା ନେଉଛନ୍ତି ସାଇବର ଲୁଟେରା

ଭୁବନେଶ୍ୱର: ରାଜ୍ୟରେ ମାତିଛନ୍ତି ସାଇବର ଲୁଟେରା । ଲକଡାଉନ ସଟଡାଉନ ଭିତରେ ଆକ୍ସିଭ୍ ଅଛନ୍ତି ସାଇବର ଲୁଟେରା । କରୋନା ମହାମାରୀ ସାରା ଦେଶର ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଲୋକେ ଏବେ ଘରେ ହାତ ବାନ୍ଧି ବସିଛନ୍ତି । ସେପଟେ ଦୋକାନ ବଜାର ଖୋଲୁନଥିବାରୁ ଲୋକେ ଅନଲାଇନ କାରବାର ଆରମ୍ଭ କରିଛନ୍ତି । ଖାଲି ସେତିକି ନୁହେଁ ଟଙ୍କା ନେଣଦେଣରେ ଭାଇରସ ବ୍ୟାପିବା ଭୟ ଥିବାରୁ ଲୋକେ ଅନଲାଇନ୍ ପେମେଣ୍ଟ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି । କରୋନାର ଏହି ଦ୍ୱିତୀୟ ଲହରରେ ହୋଇଥିବା ଲକଡାଉନ ଓ ସଟଡାଉନ ଯୋଗୁଁ ଅନଲାଇନ କାରବାର ଢ଼େର ମାତ୍ରାର ବୃଦ୍ଧ ପାଇଛି । ସେହି ଅନୁସାରେ ରାଜ୍ୟରେ ମଧ୍ୟ ଅନଲାଇନ କାରବାର ବୃଦ୍ଧି ପାଇଛି । ଆଉ ଏହାରି ଭିତରେ ସାଇବର ଲୁଟେରା ମଧ୍ୟ ଆକ୍ଟିଭ୍ ହୋଇଛନ୍ତି ।

ମିଳିଥିବା ରିପୋର୍ଟ ଅନୁଯାୟୀ ଏଥର ଲକଡାଉନ୍ ଓ ସଟଡାଉନ୍ ଭିତରେ ଗୋଟିଏ ମାସରେ ରାଜ୍ୟରୁ ୧ କୋଟି ୪୦ ଲକ୍ଷ ୯ ହଜାର ଟଙ୍କା ଲୁଟିଛନ୍ତି ସାଇବର ଲୁଟେରା । କେବଳ ଭୁବନେଶ୍ୱରରୁ ୭୦ ଲକ୍ଷ ୭୮ ହଜାର ୭୧୪ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ ।

ତେବେ ଏହି ଅଭିଯୋଗ ପାଇବା ପରେ ବିଭିନ୍ନ ଦିଗରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଯାହାଫଳରେ ୧୨ ଲକ୍ଷ ୫ ହଜାର ଟଙ୍କା ବ୍ଲକ ହେବା ସହ ରିଫଣ୍ଡ ହୋଇପାରିଛି । ପୋଲିସର କହିବାନୁଯାୟୀ ଅନଲାଇନ କାରବାର ବୃଦ୍ଧି ପାଉଥିବା ହେତୁ ସାଇବର ଠକ ବିଭିନ୍ନ ଉପାୟରେ ଲୁଟ କରୁଛନ୍ତି । ଭୁବନେଶ୍ୱର ସାଇବର ହେଲ୍ପ ଡେସ୍କର ତଥ୍ୟ ଅନୁଯାୟୀ, ମେ’ ମାସରେ କେବଳ ୧୭ଟି ମାମଲା ଥାନାରେ ରୁଜୁ ହୋଇଛି । ସାଇବର ଡେସ୍କକୁ ଠକେଇ ନେଇ ୫୨୯ଟି କଲ୍ ଆସିଥିବା ବେଳେ ଏଥିରୁ ଭୁବନେଶ୍ୱରରୁ କେବଳ ୨୫୬ କଲ୍ ରହିଛି ।

ଆହୁରି ପଢନ୍ତୁ : ଦୁଇଟି ଭିନ୍ନ ପ୍ରକାରର କୋଭିଡ-୧୯ ଟିକା ନେବା ସୁରକ୍ଷିତ କି? ଦେଶରେ ପରୀକ୍ଷଣ ଆରମ୍ଭ

ବିଶେଷ କରି ୧୬୦ଟି UPIରେ ଠକେଇ, କ୍ରେଡିଟ୍ ଓ ଡେବିଟ୍ କାର୍ଡ ମାଧ୍ୟମରେ ଶହେଟି ଠକେଇ, କଲ୍ ମାଧ୍ୟମରେ ୨୬୯ଟି ଠକେଇ ସାମ୍ନାକୁ ଆସିଛି । ତେବେ ଏହି ଅଭିଯୋଗ ପରେ ୫୬ଟି ନମ୍ବରକୁ ବ୍ଲକ କରାଯାଇଥିବା ନେଇ ସୂଚନା ମିଳିଛି ।

You might also like